ଯାଜପୁର, ୪/୬ (ସନ୍ଧାନ ନିୟୁଜ) ବିଦ୍ୟୁତ ବିଭାଗର ଅବହେଳାରୁ ଜଣେ ଯୁବକର ଅବଶିଷ୍ଟ ଜୀବନ ଦୁର୍ବିସହ ହୋଇଛି । ଡାହାଣ ହାତ ଓ ଶରିରରୁ ଅନେକ ଅଂଶ ବିଦ୍ୟୁତ ସଂସ୍ପର୍ଶରେ ପୋଡି ଜିବାରୁ ସେ ଏବେ ଅକର୍ମନ୍ୟ ହୋଇ ଘରେ ବୁଢି ମା ଉପରେ ବୋଝ ସାଜିଛି । ନିତ୍ୟକର୍ମ ସରିବାକୁ ଯାଇ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ସତ କିନ୍ତୁ ପ୍ରତି ମୁହୁର୍ତ୍ତରେ ଏବେ ସାମ୍ନା କରୁବାକୁ ପଡୁଛି ଅନେକ ଅସୁବିଧା ,ଓ ଦୁଖ କଷ୍ଟ । ଘଟଣା ଘଟିଛି ଯାଯପୁର ଜିଲ୍ଲା ଜେନାପୁର ତାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମରେ । ସେଦିନ ଥିଲା ୨୦୧୨ ମସିହା ଡିସେମ୍ବର ୪ ତାରିଖ । ନିଜର ନିତ୍ୟକର୍ମ ସାରିବାକୁ ଘରୁ ବାହାରି ଯାଇ ବିଦ୍ୟୁତତାର ସଂସ୍ପର୍ଶରେ ଆସିଯାଇଥିଲା ସେହିୁ ଗ୍ରାମର ମହେନ୍ଦ୍ର ମଳିକ(୩୩) । ଘର ଠାରୁ କିଛି ଦୁରରେ ବିଦ୍ୟୁତ ବିଭାଗର ଅବହେଳାରୁ ୧୧ କେ ଭି ବିଦ୍ୟୁତ ତାର ତଳେ ବିଛେଇ ହୋଇ ପଡିରହିଥିବା ନଜାଣି ସେଦିନ ସେ ତାର ସମ୍ପର୍ଶରେ ଆସି ଯାଇଥିଲା । ଚିକ୍ରାର ସୁଣି କିଛି ଲୋକ ସେଠାରେ ପହଞ୍ଚô ତାକୁ ମୁର୍ମୁଶୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଦୀର୍ଘ ୬ ମାସ କଟକ ବଡ ମେଡିକାଲରେ ଗ୍ରାମବାସି ଓ ସହୃଦୟ ବ୍ୟକ୍ତିଙ୍କ ଅର୍ଥ ସାହାଯ୍ୟରେ ଚିକିସôିତ ହୋଇ ଜୀବନ ବଞ୍ଚôଗଲା । କିନ୍ତୁ ଡାହାଣ ହାତ ହରାଇ ବିକଳାଙ୍ଗ ଅବସ୍ତାରେ ଜୀବନ ବିତାଇବାକୁ ପଡୁଛି । କନ୍ତପଡା ସେକସନ ଅଧିନରେ ଥିବା ଏହି ୧୧କେଭି ବିଦ୍ୟୁତ ଲାଇନ ବିଭାଗିୟ ଅବହେଳାରୁ ତଳେ ପଡିରହିଥିଲା । କ୍ଷତିପୁରଣ ପାଇଁ ମହେନ୍ଦ୍ର ଗ୍ରୀଡକୋ କମ୍ପାନୀର ଯାଜପୁର ରୋଡ ସୁପରିଟେଣ୍ଡଟ ଇଂକଜିନିୟରଙ୍କୁ ଆବେଦନ କରିଥିଲା । ଉକ୍ତ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓ ଏକ ମାମଲା ରୁଜୁ କରିଥିଲା । ଡବ୍ଳୁ ବି(ସି) ନଂ ୨୪୩୧୭/୨୦୧୨ରେ ମାମଲା ଅନୁ୍ୟାୟୀ ଉକ୍ତ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଗ୍ରୀଡକୋ ବାଧ୍ୟ ହୋଇ ପ୍ରାଥମିକ ସ୍ତରରେ ସମ୍ପୂର୍ଣ୍ଣ କ୍ଷତିପୂରଣ ନଦେଇ ମାତ୍ର ୬୫ ହଜାର ଟଙ୍କା ଦେଇ ନିଜର କର୍ତ୍ତବ୍ୟ ସାରିଦେଇଥିଲା । ଅବଶିଷ୍ଟ କ୍ଷତିପୂରଣ ବାବଦକୁ ଅର୍ଥ ଦେବାପାଇଁ ଆଉ ଗୁରୁତ୍ୱ ଦେଲା ନାହି । ମାନ୍ୟବର ହଇକୋର୍ଟଙ୍କ ନିଦେ୍ର୍ଦଶରେ ଯାଜପୁର ଏସଡିଜେମ କୋର୍ଟରେ ଏକ ମାମଲା କ୍ଷତିପୂରଣ ବାବଦରେ ଚାଲିଛି । କେଶ କୁ ତାଙ୍କ ଓକିଲ ଠିକ ଭାବେ ପରିଚାଳନା ନକରିବାରୁ ଅଦ୍ୟାବଧି କ୍ଷତିପୂରଣ ବାବାଦକୁ ସମ୍ପୁର୍ଣ୍ଣ ଅର୍ଥ ମିଳୁନାହିଁ । ତାରରେ ପୋଡି ହୋଇଥିବାରୁ ଡାହାଣ ହାତ ଦୁଇ କାନ କଟି ଯାଇଛି ଓ ବେକ ପିଠି ପୋଡିଯାଇଛି । ସେ ନିଜେ ବଂଚିବା ପାଇଁ ଏବେ ଅନ୍ୟ ଉପରେ ନିର୍ଭରଶିଳ । ମାନ୍ୟବର କୋର୍ଟ ତାଙ୍କୁ କେବେ ଅବଶିଷ୍ଟ କ୍ଷତିପୁରଣ ରେବାକୁ ବିଦ୍ୟୁତ ବିଭାଗକୁ ନିଦେ୍ର୍ଧଶ ଦେବେ ତାକୁ ଏବେ ସେ ଅନାଇ ରହିିଛି । ଏହି ପରିବାର ପ୍ରତି ଜନସାଧାରଣଙ୍କ ସମବେଦନା ରହିଥିବା ବେଳେ ଗ୍ରୀଡକୋ କମ୍ପାନୀର ତାଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି ହୋଇଛି ।
Report- Manas Kumar Rout