ବିଦ୍ୟାଷ୍ଟଡ଼ି ପଏଂଟରେ ଗଣେଷ ପୂଜା ପାଳିତ

Spread the love

ରାଉରକେଲା, ୨/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଆଜି ସାରନଗରୀର ସର୍ବ ପୁରାତନ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କରିଥିଲେ । ର୍ପୂବାହ୍ନ ପ୍ରାୟ ୧୦ଟାରେ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଗଣେଶ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିଦେ୍ର୍ଦଶକ ସରୋଜ କୁମାର ବେହେରା, ଚନ୍ଦ୍ରଶେଖର ମୁନ୍ନୀ, ଶିକ୍ଷକ ସୁନୀଲ ସାମଲଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।

Related Posts

About The Author

Add Comment