ବିଦ୍ୟାଳୟ ଗୃହ ନିର୍ମାଣରେ ବଡ ଠକେଇ ଅଭିଯୋଗ ଠିକାଦାର ସାଜିଲେ ପରିଚାଳନା କମିଟି ଅଧ୍ୟକ୍ଷ: ଅନ୍ଧାରରେ ପ୍ରଧାନ ଶିକ୍ଷକ ଓ ପରିଚାଳନା ବୋର୍ଡ

Spread the love

ଧର୍ମଶାଳା,୨/୮(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ବିଦ୍ୟଳୟ ପରିଚାଳନାରେ ସହଯୋଗ କରବା ଓ ବିଦ୍ୟାଳୟରେ କୌଣସି ପ୍ରକାର ଦୁର୍ନିତିକୁ ପ୍ରସୟ ନଦେବା ପାଇଁ ଶିକ୍ଷା ବିଭାଗ ପରିଚାଳନା କମିଟି ଗଠନ କରିବାକୁ ସୁପାରିଶ କରିବା ଆଧାରରେ ପ୍ରତ୍ୟେକ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ବିଦ୍ୟାଳୟ ପରିଚାଳନାର ତଦାରଖ କରିବା ପାଇଁ ଦାୟିତ୍ୱ ବହନ କରିବେ । ଯାଜପୁର ଶିକ୍ଷାଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଶିକ୍ଷାମଣ୍ଡଳ ଅଧିନସ୍ଥ ମର୍ଜିତାପୁର ସରକାରୀ ପ୍ର୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଅଧ୍ୟକ୍ଷ ନିଜେ ଠିକାଦାର ସାଜିଥିବା ଖୋଦ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଗୃହ ନିର୍ମାଣ ପାଇଁ କେତେ ଟଙ୍କାର ଅନୁଦାନ ଆସିଛି ତାହା ତାଙ୍କୁ ଜଣା ନାହିଁ ବୋଲି କହିଛନ୍ତି । ପରେ ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୋଗ ଅନୁଯାଇ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ୧୨୪ ପିଲାଙ୍କ ପାଇଁ ଶ୍ରେଣି ଗୃହର ଆବଶ୍ୟକତାକୁ ପୁରଣ ପାଇଁ ଗତ ବର୍ଷ ଡିସେମ୍ବର ମାସରେ ଗୃହ ନିର୍ମାଣ ପାଇଁ ଅନୁଦାନ ଅସିଥିବାର ଜାଣି ପରିଚାଳନା କମିଟିରେ ପୁରୁଣା ଘରକୁ ଭାଙ୍ଗି ଦେବାକୁ ନିଷ୍ପତି ହୋଇଥିଲା । ଡିସେମ୍ବର ମାସରୁ ଗୃହ ନିର୍ମାଣ ସରିଥିଲେ ମଧ୍ୟ ଅଦ୍ୟାବଧି ଗୃହଟି କେଉଁ ଅନୁଦାନରୁ ଏବଂ କେତେ ଟଙ୍କାର ଅନୁଦାନରେ ନିର୍ମାଣ ହୋଇଛି ତାହା ଖୋଦ ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିର ଉପାଧ୍ୟକ୍ଷ ତଥା ସେହି ଓାର୍ଡର ୱାର୍ଡ ସଭ୍ୟା ମଞ୍ଜୁଲତା ତରାଇ, ଅନ୍ୟ ସଦସ୍ୟ ମାନେ ତଥା ଗ୍ରାମବାସି ମାନେ ଜାଣି ନଥିବାର ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଗୃହ ନିର୍ମାଣ ହୋଇଥିବା ବେଳେ ଏହାର ମୁଖ୍ୟ ଭାବରେ ପ୍ରଧାନଶିକ୍ଷକ କିପରି କିଛି ଜାଣି ପାରି ନାହାଁନ୍ତି ତାହା ଏବେ ତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତାଙ୍କ ଅଜଣାତରେ କେଉଁ ବିଭାଗ ଏଠାରେ କେତେ ଟଙ୍କାର କାମ କାହାସ୍ୱାର୍ଥରେ କରିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସଠିକ ଭାବରେ ଅନୁଦାନର ପରିମାଣ ଜଣା ନଥିଲେ ବି ବେସରକାରି ଭାବରେ କେହି ୪ଲକ୍ଷ କହୁଥିବା ବେଳେ କେହି ୪ଲକ୍ଷ ୫୦ ହଜାର ବ୍ୟୟବରାଦରେ ହୋଇଥିବା କହୁଥିବା ସୁଣିବାକୁ ମିଳୁଛି । କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଚନା ଫଳକ ଲଗାଯାଇନାହିଁ । ପରିଚାଳନା କମିଟିକୁ ଡକାଯାଇ ବୈଠକ କରାଯାଇ ନାହିଁ । ତେବେ ପ୍ରଧାନ ଶିକ୍ଷକ ଏ ସମ୍ବନ୍ଧରେ ନିରବ ରହିବା ପଛରେ କଣ ରହିଛି କାରଣ? ରହିଛି କି ରାଜନୈତିକ ହସ୍ତକ୍ଷେପ? ନା ମିଳିମିଶି କରାଯାଇଛି ଅର୍ଥ ଆତ୍ମସାତ? ଏଭଳି ଅନେକ ପ୍ରଶ୍ନ ଏବେ ଗ୍ରାମବାସି ମାନଙ୍କୁ ଅଭିଯୋଗ କରିବାକୁ ବାଧ୍ୟ କରିଛି । ଉକ୍ତ କୋଠରୀ ନିର୍ମାଣରେ ପୁରୁଣା ଘରର ଇଟା ପଥରକୁ ବ୍ୟବହାର କରାଯାଇଥିବା ଅଭିଯୋଗ ହେବା ସହିତ ପୁରୁଣା ଘରର ଏକ କାନ୍ଥକୁ ମିଶାଇ ତିନୋଟି କାନ୍ଥରେ ଘରଟି ନିର୍ମାଣ କରାଯାଇଥିବାରୁ ଏହି ଗୃହ ନିର୍ମାଣରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଘରର ବାସ୍ତବିକ ଅନୁଦାନ ଓ ସମ୍ପୁର୍ଣ୍ଣ ତଥ୍ୟ ସମ୍ବନ୍ଧରେ କେହି ମୁହଁ ଖୋଲୁନଥିବାରୁ ଏହି ଗୃହ ନିର୍ମାଣରେ ଚଞ୍ଚକତା କରାଯାଇଛି ଏଥିରେ ସନେ୍ଦହ ନାହିଁ । ଗ୍ରାମବାସି ଓ ପରିଚାଳନା ବୋର୍ଡର ସଦସ୍ୟ ମାନେ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ଟିୟୁଙ୍କୁ ପଚାରିବାରୁ ସେ ଅଧ୍ୟକ୍ଷ ରବିନ୍ଦ୍ର ଓଝାକୁ ପଚାର କହି ଏଡାଇ ଯାଉଛନ୍ତି । ଏ ସମ୍ବନ୍ଧରେ ପ୍ରଧାନ ଶିକ୍ଷକ କିଛି ଜାଣି ନଥିବା କହିଥିବା ବେଳେ ଉଚ୍ଚ ପଦସ୍ତ ଅଧରକାରୀଙ୍କୁ ଯୋଗାଯୋଗ ସମ୍ଭବପର ହୋଇନାହିଁ । ନୁତନ ଗୃହ ନିର୍ମାଣରେ ହୋଇଥିବା ଦୁର୍ନିତିର ଉଚ୍ଚ ସ୍ଥରୀୟ ତଦନ୍ତ କରିବାକୁ ଗ୍ରାମର ୱାର୍ଡସଭ୍ୟା ତଥା କମିଟି ଉପାଧ୍ୟକ୍ଷ ମଞ୍ଜୁଲତା ତରାଇ, କମିଟି ସଭ୍ୟ,ସଭ୍ୟା, ଗ୍ରାମବାସିଙ୍କ ତରଫରୁ ସନ୍ତୋଷ ମଳିକ, ଧରେନ୍ଦ୍ର ପରିଡା, ସୁଜାତା ବାଇ, ରଂଜନ ତରାଇ, ସନ୍ତୋଷ ସେଠି, ଶ୍ରୀକାନ୍ତ ବାଇ ପ୍ରମୁଖ ଦାବି କରିଛନ୍ତି ।

Related Posts

About The Author

Add Comment