ବିଦ୍ୟାଳୟ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଛାତ୍ର ଗୁରୁତର

Spread the love
ଗଞ୍ଜାମ, ୧୦/୭ (ସନ୍ଧାନ ନିୟୁଜ ) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଷଷ୍ଠ ଶ୍ରେଣୀ ଛାତ୍ର ଶ୍ୟାମସୁନ୍ଦର ଦାସ(୧୧) ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ। ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବ୍ରହ୍ମପୁର ମେଡିକାଲ ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲ୍ଲିକ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତକରିବା ସହ ନଂ. ୩୭୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଶ୍ୟାମସୁନ୍ଦର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ସୂଚନାଫଳକ କାନ୍ଥଟି ଭୁଶୁଡି ପଡିଥଲା। ଏହି କାନ୍ଥ ତଳେ ସେ ଚିପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍କୁଲ ଶିକ୍ଷକ ତାଙ୍କୁ ଉଦ୍ଧାରକରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଚିକିତ୍ସା ନିମନ୍ତେ ଶ୍ୟାମସୁନ୍ଦରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Related Posts

About The Author

Add Comment