ବିଦେଶୀ ମଦଦୋକାନ ଖୋଲିବା ଘଟଣାକୁ ନେଇ ମହିଳା ଦୋକାନ ଭାଙ୍ଗିଲେ

Spread the love

ଯାଜପୁର ସଦର,୦୭/୦୫ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ନଠୁଆବର ପଂଚାୟତ ନିକଟସ୍ଥତ ନଗୁଆ ମୌଜାର କୃଷ୍ଣପଡ଼ା ଏବଂ କୋରକରା ଗ୍ରାମ ନିକଟ କୁଆଖିଆ ଜେନାପୁର ପୃର୍ତ୍ତବିଭାଗ ରାସ୍ତାନିକଟସ୍ଥ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦଦୋକାନ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ଲଟେରୀ ମାଧ୍ୟମରେ ସ୍ଥିର ହୋଇଥିବା ବେଳେ, ଏହି ଦୋକାନରେ ମଙ୍ଗଳବାର ରାତିରେ ଲକ୍ଷାଧିକା ଟଙ୍କା ବିଦେଶୀ ମଦ ବିକ୍ରିକରାଯିବା ପାଇଁ ଏହି ଦୋକାନରେ ରଖାଯାଇଥିଲା । ଏହି ଦୋକାନକୁ ବିରୋଧ କରି ଆସୁ୍‌ଥିାବ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଏହି ଘଟଣା ଯାଣିବାପରେ ଆଜିସକାଳେ ମିଳିତ ହୋଇ ଏହି ମଦଦୋକାନରେ ଆନ୍ଦୋଳନା କରିବା ସହିତ ଝରକା କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦପେଟି ବୋହିନେଇ ଭଙ୍ଗାରୁଜା କରିଥିଲେ । ମହିଳା ଏସଜି ଗ୍ରୁପ୍‌ର ଏପରି ଲଙ୍କା କାଣ୍ଡ ଚାଲିଥିବା ସମୟରେ ଏହାର ସୁଯୋଗ ନେଇ ଲୋକମାନେ ମଦପେଟିକୁ ବୋହିନେଇଯାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସ୍ଥାନରେ ଏହି ମଦଦୋକାନ ଖୋଲାଗଲେ ଏଅଞ୍ଚଳରେ ଏହାର କୁପ୍ରଭାବ ପଡ଼ିା ସହତି ଅପରାଧିକ କାର୍ଯ୍ୟ ଆଇନ ସୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆସଙ୍କା ରହିଚି । ଏଠାରେ ବିଶେଷ କରି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଠାରେ ବିଦେଶୀ ମଦ ଦୋକାନ ଖୋଲାଗଲେ ସେମାନଙ୍କର ପରିବାରର କ୍ଷତି ହେବା ସହିତ ଏହାର ପ୍ରଭାବ ଯୁବ ସମାଜ ଉପରେ ପଡ଼ିବ ବୋଲି ବହୁତ ଜାଗାରେ ବିଦେଶୀ ମଦଦୋଲାନ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ଦେଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋସ ଦେଖାଦେଇଚି । ଏହି ମଦ ଦୋକାନକୁ ବନ୍ଦ କରାଯିବା ପାଇଁ ଏହି ଅଞ୍ଚଳର ସ୍ୱୟଂସହାୟକ ଗୋଷ୍ଠି ଏବଂ ଗ୍ରାମବାସୀ ନଠୁଆବର ପଂଚାୟତର ସରପଂଚ କୁଞ୍ଜଲତା ପଣ୍ଡା, ଯାଜପୁର ଜିଲ୍ଲାପାଳ, ଜିଲ୍ଲାଅବକାରି ଅଧ୍ୟକ୍ଷକ, ରସୁଲପୁର ତହସିଲଦାର, ଏବଂ ରସୁଲପୁର ବିଡିଓ ଏବଂ କୁଆଖିଆ ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ, ମଦ ବିକ୍ରି କରାଯିବା ଘଟଣାକୁ ନେଇ ସ୍ୱୟଂସହାୟକ ଗୋଷ୍ଠିର ଶତାଧିକ ମହିଳା ଏକାଠି ହୋଇ ଦୋକାନକୁ ଭଙ୍ଗାରୁଜା କରିବା ସହିତ ଲକ୍ଷାଧିକ ଟଙ୍କାର ଭାଙ୍ଗି ଚୁରମାର କରିଦେଇଛନ୍ତି । ଘଟଣା ସ୍ଥଳରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡ଼ା, କୁଆଖିଆ ଆଇଆଇସି ମନୋଜ କୁମାର ସ୍ୱାଇଁ ଏବଂ ନଠୁଆବର ସରପଂଚ କୁଞ୍ଜଲତା ପଣ୍ଡା ଘଟଣା ସ୍ଥଳରେ ପଂହଞ୍ôଚବା ସହିତ ଏଠାରେ ମଦ ଦୋକାନ ନକରାଯିବାପାଇଁ ଗ୍ରାମବାସୀ ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠି ମାନେ ପ୍ରଶାସନ ନିକଟରେ ଦାବି କରିଥିଲେ ।

Related Posts

About The Author

Add Comment