ଯାଜପୁର,୨୫/୦୩ (ସନ୍ଧାନ ନିଉଜ/ଜଗେମାହନ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ଛକରେ ରବିବାର ରାତି ୧ଘଂଟା ୫ମିନିଟ୍ ସମୟରେ ଅଗ୍ନକାଣ୍ଡ ଘଟି ଏକ ଦୋକାନ ଘର ଜଳିଯାଇଛି । ବିଦୁ୍ୟତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଦୋକାନ ଘରଟି ଦରଜି ଦୋକାନୀ ଜୀବନ ସ୍ୱାଇଁଙ୍କର ଥିଲା । ଦୋକାନ ଘର ଜଳି ଯିବାରୁ ଭିତରେ ଥିବା ପ୍ରାୟତଃ ୮୦ହଜାରରୁ ଉର୍ଦ୍ଧ ଟଙ୍କାର କପଡା ଓ ସିଲାଇ ମେସିନ ଜଳିଯାଇଛି ବୋଲି କ୍ଷୟକ୍ଷତି ଆକଳନରୁ ଜଣାପଡିଛି ।
ଅଭିଯୋଗରୁ ଜଣାଯାଏ ଜୀବନ ଦୋକାନ ବନ୍ଦ କରି ଘରକୁ ପଳାଇ ଆସିଥିଲେ । ତାଙ୍କ ଦୋକାନରେ ନିଆଁ ଲାଗିଯାଇଛି ବୋଲି ସେ ଖବର ପାଇ ଛକକୁ ଆସିଥିଲେ । ଦୋକାନ ଘର ଜଳୁଥିବା ଦେଖି ରସୁଲପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇଥିଲେ । ଦୋକନା ଘରୁ କୌଣସି ସାମଗ୍ରୀ ପଦାକୁ ବାହାର କରାଯାଇ ପାରିନଥିଲା । ଦୋକାନଟି ଜୀବନଙ୍କ ପାଇଁ ଏକମାତ୍ର ରୋଜଗାର ଉତ୍ସ ଥିଲା । ଅଗ୍ନିକାଣ୍ଡରେ ଦୋକାନ ଘର ଜଳିଯିବାରୁ ତାଙ୍କ ପରିବାରର ଆଥିକ ସ୍ଥିତି ପ୍ରଭାବିତ ହୋଇଛି । ଦୋକାନରେ ବହୁ ଗ୍ରାହକଙ୍କ କପଡା ଜଳିପୋଡି ପାଉଁଶ ହୋଇଯାଇଛି । ସେ ଗରାଖଙ୍କ କ୍ଷତି ଭରଣା କରିବାକୁ ଅସମର୍ଥ ଅଛନ୍ତି । ତାଙ୍କ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି । ମାତ୍ର ଦୋକାନ ଘର ଲାଇସେନ୍ସ ପ୍ରାପ୍ତ ହୋଇନଥିବାରୁ ସରକାରୀ ସହାୟତା ମିଳିବାରେ ଅସୁବିଧା ଉପୁଯିବ ବୋଲି କୁହାଯାଉଛି ।
ବିଦ୍ୟୁତ ସଟସର୍କିଟ, ଦୋକାନଘର ଜଳିଗଲା
|
March 26, 2019 |
