ଧର୍ମଶାଳା, ୩/୨/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ଗ୍ରାମରେ ଥିବା ଉଦୟ ବଟ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତି ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଡଃ.ଭାଗ୍ୟଧର ସାହୁ , ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ସୁଧୀର ଚନ୍ଦ୍ର ସାମଲ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଯଶୋବନ୍ତ ଲେଙ୍କା,ଶିକ୍ଷାବିତ୍ ତଥା ଧର୍ମଶାଳା ସଂସ୍କୃତି ପରିଷଦର ସମ୍ପାଦକ ବାମଦେବ ପାଢୀ, ସରପଂଚ କେଦାର ଚନ୍ଦ୍ର ଗନ୍ତାୟତ,ସମିତିସଭ୍ୟା ଶୈଳବାଳା ରାଉତ, ବିଦ୍ୟାଳୟର ପରିଚାଳନା ସମିତି ସଭାପତି କାହ୍ନୁଚରଣ ସାମଲ, ଉଦୟବଟ ନୋଡାଲ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାରଥି ସାହୁ.ଧର୍ମଶାଳା ବ୍ଲକ ଓଷ୍ଟା ସମ୍ପାଦକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକଙ୍କର ଜୀବନୀ ଉପରେ ଆଲୋଚନା କରିଥିଲେ । କ୍ରୀଡା ଶିକ୍ଷକ ଶ୍ୟାମସୁନ୍ଦର ରାଊତ,ସ୍ୱାଗତ ଭାଷଣ,ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ଞାନରଂଜନ କର ,ତାପସ ରାଉତ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଇଥିଲା । ସହକାରୀ ଶିକ୍ଷୟିିତ୍ରୀ ଶ୍ରଦ୍ଧାଞ୍ଜଳୀ ସାମଲ ମାନପତ୍ର ପଠନ କରିଥିଲେ । ଅଜିତ କୁମାର ମହାନ୍ତି,ପିତାମ୍ବର ସାହୁ,ମହେଶ୍ୱର ଜେନା ସାମନ୍ତ,ନାରଣ ଚନ୍ଦ୍ର ସ୍ୱାଇଁ,ପ୍ରସନ୍ନ କୁମାର ପରିଡା, ସନ୍ତୋଷ କୁମାର ସାମଲ,ବିବେକାନନ୍ଦ ଗନ୍ତାୟତ,ଗଗନ ବିହାରୀ ସାମଲ,ସାଧୁ ଚରଣ ପରିଡା ପ୍ରମୁଖ ଶିକ୍ଷକ,ଶିକ୍ଷୟିିତ୍ରୀ ,ଅଭିଭାବକ ଓ ପୁରାତନ ଓ ନୂତନ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦାୟ ଶିକ୍ଷକଙ୍କ ଶିକ୍ଷାଦାନ ଜୀବନୀ ଉପରେ ଆଲୋଚନା କରିଥିଲେ । ବିଦାୟୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପରେ ଏକ ବିରାଟ ପଟୁଆର ତଥା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ପଟୁଣିଆ ପଂଚାୟତ ପରିକ୍ରମା କରି ତାଙ୍କ ନିଜସ୍ୱ ଗ୍ରାମ କଟକ ର ପେଟିନ ସାହି ବାସଭବନରେ ଛାଡି ଦେଇଆସିଥିଲେ ।ଶେଷରେ ସହକାରୀ ଶିକ୍ଷକ ଅନନ୍ତ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ ।
ବିଦାୟ କାଳିନ ସମ୍ବର୍ଦ୍ଧନା ସଭା
|
February 4, 2020 |