ବିଦଗ୍ଧ ଚିନ୍ତାମଣି କାବ୍ୟର ଇଂରାଜୀ ଅନୁବାଦକଙ୍କୁ ସମ୍ବର୍ଦ୍ଧନା

Spread the love

  ବରୀ, ୧୧/୨/୨୬  (ସନ୍ଧାନ ନ୍ୟୁଜ )  : ଓଡିଆ ସାହିତ୍ୟରେ ବିଦଗ୍ଧ କବି ଭାବେ ଅଭିମନ୍ୟୁଙ୍କ ପରିଚୟସ୍ୱତନ୍ତ୍ର । ତାଙ୍କର କାଳଜୟୀ ରଚନା “ବିଦଗ୍ଧ ଚିନ୍ତାମଣି” ଓଡିଆ କାବ୍ୟ ସମ୍ଭାରର ଏକଅମୂଲ୍ୟ ସମ୍ପଦ । ଏହାକୁ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଯଚିନ୍ଦ୍ର ରାଉତ ଇଂରାଜୀ ଅନୁବାଦ କରିଛନ୍ତି । ଅନୁବାଦର ନାମ ରହିଛି “ଦି ଓାଇଲସ ଅଫ ଦି ଏନଚାଣ୍ଟେଡ ହାର୍ଟ” । ଏହି ବିରଳ ପୁସ୍ତକର ରଚୟିତାଶ୍ରୀ ରାଉତଙ୍କୁ କବିଙ୍କ ଜନ୍ମ, ସାଧନା ଓ ସମାଧି ପୀଠ ଅଭିମନ୍ୟୁ ବାଲିଆଠାରେ ସମ୍ବଦ୍ଧିତ କରାଯାଇଛି । ଦୀର୍ଘ ଆଠ ବର୍ଷର ସାଧନା ପରେ ବିଦଗ୍ଧ ଚିନ୍ତାମଣିର କଷ୍ଟଲବ୍ଧ ଶବ୍ଦକୁ ଇଂରାଜୀ ଭାଷାରେ ପରିବର୍ତ୍ତିତ କରିବା ସହିତ ତା’ର ଭାବ ରକ୍ଷା ଉପରେ ଶତପ୍ରତିଶତ ପ୍ରଚେଷ୍ଟା କରାଯାଇଛି ବୋଲି ସମ୍ବର୍ଦ୍ଧନା ଅବସରରେ ପ୍ରଫେସର ରାଉତ ଗଣମାଧ୍ୟମକୁ କହିଛନ୍ତି ।ଇଷ୍ଟ ଦେବ ରାଧାମୋହନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କବିଙ୍କ ବଂଶଜ ତଥା ସମାଜସେବୀ ନିମାଇଁ ରାୟ ଅଧ୍ୟକ୍ଷତା କରିଥିଲେ। ବଂଶଜ କୁଞ୍ଜବିହାରୀ ରାୟ ଓ ମନ୍ମଥ ରାୟ ଅନୁବାଦକ ଶ୍ରୀ ରାଉତଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶମ୍ଭୁନାଥ ରାୟ, ବିଭୂତି ଭୂଷଣ ଜେନା, ସରୋଜ ଜେନା, ବିଦଗଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ସୁବଳ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଅନୁବାଦକ ପ୍ରାଧ୍ୟାପକ ଶ୍ରୀ ରାଉତଙ୍କ ଏଭଳି ପ୍ରୟାସକୁ ସାହିତ୍ୟ ପ୍ରେମି ମାନଙ୍କ ପକ୍ଷରୁ ଭୂରି ଭୂରି ପ୍ରଶଂସା କରାଯାଇଛି।

Related Posts

About The Author

Add Comment