ଭଦ୍ରକ, ୯/୧୨ (ସନ୍ଧାନ ନିଉଜ) : ଶ୍ରୀ ବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟ ବୋର୍ଡ଼ ପୁରୀ ଆନୁକୁଲ୍ୟରେ ରାଜସ୍ତରୀୟ କବି, ଲେଖକ ସମାବେଶ ଅନୁଷ୍ଠିତ ହେବା ସହିତ ରାଜ୍ୟ ସ୍ତରରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ରାଜ୍ୟ ସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରୀ ସଂସ୍କୃତି ଭବନରେ ଦିବସ ବ୍ୟାପୀ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ସାରସ୍ୱତ ସଭାକୁ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର ଉଦ୍ଘାଟନ କରି ସମଗ୍ର ବିଶ୍ୱକୁ ଜଗନ୍ନାଥଙ୍କ ଉପାସନା ସମ୍ପର୍କରେ ଆଲୋଚନା କରିବା ସହିତ ସନ୍ଥ ସଚ୍ଚିଦାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମଗ୍ର ବିଶ୍ୱକୁ “ବିଶ୍ୱନୟନ” ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରିଚାଳନା କରୁଛନ୍ତି ବୋଲି କହିଥିଲେ । ସମ୍ପାଦିକା ତୃପ୍ତି ପାଣ୍ଡାଙ୍କ ସମ୍ପାଦନାରେ “ବିଶ୍ୱନୟନ” ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱପ୍ନେଶ୍ୱର ପଣ୍ଡା ସଭାପତିତ୍ୱ କରିଥିଲେ । ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲାରୁ ଆଦର୍ଶ ଶିକ୍ଷୟିତ୍ରୀ କବି ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ “ସାରସତ୍ୱ ସମ୍ମାନ” ପ୍ରଦାନ କରାଯାଇଛି । ଶ୍ରୀମତୀ ପଣ୍ଡା ଏହା ପୂର୍ବରୁ ରାଜ୍ୟସ୍ତରରେ ଅନେକ ସମ୍ମାନ ସମ୍ଭର୍ଦ୍ଧନା ପାଇଛନ୍ତି । ଶ୍ରୀମତୀ ପଣ୍ଡାଙ୍କ ଏହି ସମ୍ମାନ ପାଇବା ଶୁଣି ଭଦ୍ରକ ଜିଲ୍ଲାର ବହୁ ବୁଦ୍ଧିଜିବୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ବିଜୟ ଲକ୍ଷ୍ମୀ ପଣ୍ଡା ପାଇଲେ ସାରସ୍ୱତ ସମ୍ମାନ
|
December 9, 2019 |