ବିଜ୍ଞାନ ପଦର୍ଶନ ମେଳାରେ କୁନି ଛାତ୍ରୀ କ୍ଷୟାଲଙ୍କ କମାଲ
ବିଜ୍ଞାନ ପଦର୍ଶନ ମେଳାରେ କୁନି ଛାତ୍ରୀ କ୍ଷୟାଲଙ୍କ କମାଲ
Manas Kumar Rout |
August 17, 2019 |
ଧର୍ମଶାଳା, ୧୭/୮ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଆରୁହା ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ପଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧ମରୁ ୮ମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜର ପ୍ରସ୍ତୁତ ପକଳ୍ପ ପଦର୍ଶନ କରିଥିଲେ । ଏହି ମେଳାରେ ପ୍ରଥମ ଶ୍ରେଣୀର ଛାତ୍ରୀ ତଥା କୋଲ୍ଲା ଗ୍ରାମର ବିଜୟ କେତନ ଦାସଙ୍କ ଝିଅ କ୍ଷୟାଲ ଦାସଙ୍କ ଦ୍ୱରା ପ୍ରସ୍ତୁତ ପ୍ରାଣୀ ମାନଙ୍କ ଖାଦ୍ୟାଭ୍ୟାସ ପକଳ୍ପ ବେଶ ପ୍ରଂଶସିତ ହୋଇଥିବା ବେଳେ ସେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କ ପ୍ରାଣୀ ମାନଙ୍କ ଖାଦ୍ୟାଭ୍ୟାସ କିଭଳି ସୁଙ୍ଗଠିତ ଭାବେ ସମାପନ କରନ୍ତି ତାହାକୁ ବୁଝଇଥିଲେ । ଏହି ପକଳ୍ପ ବ୍ୟତୀତ ମୁର୍ତ୍ତିକା ସରଂକ୍ଷଣ ଏବଂ ଜଳ ସରଂକ୍ଷଣ ପକଳ୍ପ ମଧ୍ୟ ପ୍ରଂଶସିତ ହୋଇଥିଲା । ଏଥିରେ ମୋଟ ୮୪ଟି ପକଳ୍ପ ସ୍ଥାନ ପାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।
Related Posts
About The Author