ବିଜେଡ଼ି ଛଡ଼େଇ ନେଲା ଅମଠପୁର ସରପଂଚ ଉପନିର୍ବାଚନ

Spread the love

ଯାଜପୁର ସଦର,(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଅମଠପୁର ପଂଚାୟତରେ ଉପନିର୍ବାଚନ କରାଯାଇଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ବରୀ ନିର୍ବାଚନ ମଣ୍ଡଳୀର ମାଗଦର୍ଶକ ବିଜେଡ଼ିର ସାରଥି ଦେବେନ୍ଦ୍ର ଦାସଙ୍କ ନେତୃତ୍ୱର ଅମଠପୁର ପଂଚାୟତର ଉପନର୍ବାଚନ ଏହି ପଂଚାୟତରେ କରାଯାଇଥିଲା । ଏହି ପଂଚାୟତ ପାଇଁ ପ୍ରତିଦ୍ୱନ୍ଦି କରୁଥିବା ବିଜେଡ଼ି ସମର୍ଥିତ ପ୍ରାର୍ôଥନୀ ମମତା ଦାସ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ, ବିଜେପି ଏହି ପଂଚାୟତରେ ପ୍ରାର୍ଥିନୀ ଦେଇଥିବା କବିତା ଦଳେଇଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ, ଅମଠପୁର ପଂଚାୟତର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ପଂଚାୟତର ମୁକୁଟ ବିଜେଡ଼ି ପ୍ରାର୍ôଥନୀ ମମତା ଦାସଙ୍କୁ ବିଜୟ ଟିକା ପିନ୍ଧାଇଥିଲା । ବିଜେପି ପ୍ରାର୍ଥିନୀ କବିତା ଦଳେଇଙ୍କ ଠାରୁ ୮୭୮ ଖଣ୍ଡ ଭୋଟ ବ୍ୟବଧାନରେ ମମତା ବିଜୟଟିକା ପିନ୍ଧିଥିଲେ । ଏହି ପଂଚାୟତ ପାଇଁ ତ୍ରିମୁଖି ପ୍ରତିଦ୍ୱନ୍ଦି ପ୍ରତିଦ୍ୱନ୍ଦିତା କଂଗ୍ରେସ ପ୍ରାର୍ôଥନୀ ଲିଜାଲତା ମଲ୍ଲିକଙ୍କୁ ୭୩ ଖଣ୍ଡ ଭୋଟ ମିଳିଥିବା ବେଳେ, ଏହି ପଂଚାୟତ ବିଜେପି ଦଖଲରେ ଥିବା ବେଳେ, ବିଜେଡ଼ି ଏହି ପଂଚାୟତକୁ ଛଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା ଯାହାକି ଉପନିର୍ବାଚନ ଫଳାପଫଳ ବରୀ ବ୍ଲକ୍ ପରିଶରରେ ଘୋଷଣା କରାଯାଇଥିଲା । ଆଉ ମାତ୍ର ପଂଚାୟତ ନିର୍ବଚନ ଏକ ବର୍ଷ ମଧ୍ୟରେ ହେବାକୁ ଥିବା ବେଳେ, ଅମଠପୁର ଉପନିର୍ବାଚନକୁ ବିଜେଡ଼ି ଦଖଲ କଲା । ମମତା ଦାସ ୧୮୭୭ ଖଣ୍ଡ ଭୋଟ ମିଳିଥିବା ବେଳେ, କବିତା ଦଳେଇଙ୍କୁ ୯୯୯ ଖଣ୍ଡ ଭୋଟ ମିଳିଥିଲା । ଯାହାକି ମମତା ଦାସ କବିତା ଦଳେଇଙ୍କୁ ପରାସ୍ତ କରି ସରପଂଚ ମୁକୁଟ ପିନ୍ଧିଥିଲେ ।

Related Posts

About The Author

Add Comment