ରାଉରକେଲା୧୭/୦୮/୨୦୨୦ (ସନ୍ଧାନ ନିଉଜ) ଆଜି ଦକ୍ଷିଣ ରାଉରକେଲାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ତଥା ଶ୍ରାଦ୍ଧ ଦିବସ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତାଙ୍କ ଦ୍ୱାରା ନିରାଡମ୍ବର ଭାବେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳିତ ହୋଇ ଯାଇଛି । ଏହି ଅବସରରେ କର୍ମୀ ମାନେ ସ୍ୱର୍ଗତ ଅଟଳଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ କର୍ମୀ ମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ କର୍ମକର୍ତାଙ୍କ ମଧ୍ୟରେ ରାଜ କିଶୋର ଭଂଜ, ପ୍ରଶାନ୍ତ ସ୍ୱାଇଁ, ମୂରଲୀଧର ଗୌଡ଼, ଅଚ୍ୟୁତାନନ୍ଦ ପୃଷ୍ଟି, ବସନ୍ତ ଜେନା, ରାମଚନ୍ଦ୍ର ଦୀପ, ରବି ଯାଦବ, ତ୍ରିଲୋଚନ ପାତ୍ର, କମଳେଶ୍ୱର ସାହା, ଚକ୍ରଧର ବରାଳ, ସୁବାସ ଚନ୍ଦ୍ର ମାହାନ୍ତ, ଜିତୁ ଦାଶ, ଗୋପାଳ ଘଡେଇ, ସରୋଜ ନାୟକ, ଉଇଲସନ ଲୁଗୁନ, ଅର୍ଣ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେିପି ପକ୍ଷରୁ ଅଟଳଙ୍କ ଶ୍ରାଦ୍ଧଦିବସ ପାଳିତ
|
August 17, 2020 |



