ଭୁବନେଶ୍ୱର, ୨୩/୯ (ସନ୍ଧାନ ନିୟୁଜ) ବ୍ଲାକରୋଜ ଓ ଚିଟ୍ଫଣ୍ଡ କାଣ୍ଡକୁ ଦବାଇବାକୁ ଯାଇ ଦୁଇଜଣଙ୍କ ଠାରୁ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଲାଂଚ ନେବା ସାଧାରଣରେ ପ୍ରଶ୍ନ । ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାରେ ବହୁ ତୁଣ୍ହି ତୋଫାନ ଦେଖିବାକୁ ମିଳିଥିଲା । କିନ୍ତୁ ବିଜେଡି ବିଜେପି ଗୋଟିଏ ମା’ର ଦୁଇ ସନ୍ତାନ ପରି କୋଳାକୋଳି ହେବା କର୍ମୀମାନଙ୍କୁ ହତୋସôାହିତ କରିଛି । ଦଳବଦଳ କରି କିଏ ବିଜେଡିରେ ମିଶିଲେ ତ ଆଉ କିଏ ବିଜେଡିରେ ମିଶିଥିଲେ । କ୍ଷମତାକୁ ଆସିଲାପରେ କରିଥିବା ବିଜେପି ଅନେକ ସ୍ଥାନରେ ପରାଜୟ ବରଣ କରି ବିରୋଧି ଦଳରେ ରହିବାକୁ ପଡିଲା । ହାରିବାର ଅସଲକାରଣ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଚିଟ୍ଫଣ୍ଡ୍ ଓ ବ୍ଲାକ୍ରୋଜ୍ ଘଟଣାକୁ ଚପାଇଦେବାପାଇଁ ମାହାଙ୍ଗାର ପ୍ରଧାନଙ୍କ ଜରିଆରେ ଯାଜପୁର ଜିଲ୍ଲାର ଦୁଇ ପ୍ରଣବ ୧୦୦ କୋଟି ଟଙ୍କା ଡିଲ୍ ହୋଇଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୈଳମନ୍ତ୍ରୀ ଶ୍ରୀ ପ୍ରଧାନ ଏବେ ନୂଆ ବିଭାଗ ଖଣି ଦାୟିତ୍ୱ ନେବା ପରେ କିଛିଦିନ ପୂର୍ବରୁ ଚଣ୍ଡିଖୋଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଲୁହାପଥର ବୋଝେଇ ଟ୍ରକ୍ ରାଜପଥକୁ ସଂମ୍ପୂର୍ଣ୍ଣ ଅବରୋଧ କରି ରଖୁଥିଲା ବେଳେ ହଟାତ୍ ପରିବହନ ରେଟ୍ କମିଯିବାରୁ ରାସ୍ତାଘାଟ ସୁନସାନ ହୋଇଯାଇଛି । ଟ୍ରକ୍ ମାଲିକମାନଙ୍କପାଖରୁ ଶୁଣିବାକୁ ମିଳୁଛି ମାହାଙ୍ଗା ପ୍ରଧାନ ବଡ୍ବିଲ୍ ରେ ଏକ୍ସ୍ ପୋର୍ଟ ଟ୍ରାନ୍ସପୋଟ୍ ସଂସ୍ଥାକୁ କାମରେ ଲଗାଇବାକୁ ମୋଟାଅଙ୍କର ଡିଲ୍ ହୋଇଥିଲା । ସେମାନଙ୍କୁ ଭକୁଆ ବନାଇ ତାଙ୍କ ଠାରୁ ମାଲ ଲୁଟିବା ପରେ ହଟାତ୍ ପରିବହନ ରେଟ୍ କମିଗଲା । ଏଥିରେ ଟଙ୍କା ଖଟାଇଥିବା ଟ୍ରାନ୍ସପୋଟ୍ ସଂସ୍ଥାମାନେ ମୁଣ୍ଡରେ ହାତ ଦେଇ ବସିଲାବେଳେ କିନ୍ତୁଶ୍ରୀ ପ୍ରଧାନ ଅପରପକ୍ଷରେ ଦଲାଲ ସାଜି କୋରେଇ ବିଧାୟକବଳଙ୍କ ଷ୍ଟକ୍ୟାଡ୍ରେ ୧୪ ହଜାର ଟନ୍ ଲୁହାପଥର ଲୁଚାଇ ରଖିଥିବା ଜନସାଧାରଣ ଓ ଟ୍ରକ୍ ମାଲିକମାନଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି । ଏ ଖବର ଜାଣିବା ପରେ ବିଜେପି ଦଳ,ର ବହୁ ତୁଙ୍ଗ ଓ ମୁଣ୍ଡିନେତାଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ମାହାଙ୍ଗା ଦଲାଲ ଯଦି ରହିବ ଆଗକୁ ବିଜେପି କେମିତି କ୍ଷମତାକୁ ଆସିବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
spy reporter