ବିଜେପି ଓଡିଶାରେ ଏଥର ସରକାର କରିବ : ଭୁପିନ୍ଦର ଯାଦବ

Spread the love

ଭାରତକୁ ପ୍ରଗତିର ଶିଖରରେ ପହଂଚାଇ ପାଇଁ କେନ୍ଦ୍ର ସରକାର କରିଥିବା ଜନକଲ୍ୟାଣ ଯୋଜନାର ସଫଳତାକୁ ନେଇ ଦଳ ନିର୍ବାଚନରେ ଲୋକଙ୍କ ପାଖରେ ପହଂଚିବ

 କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଂଚାଇବାରେ ରାଜ୍ୟସରକାର ବିଫଳ

 ଦେଶର ଜନତା ଚଟଣା ଭଳି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଅଛନ୍ତି

 ଭ୍ରଷ୍ଟାଚାର କରିବା ପାଇଁ କଂଗ୍ରେସ ଏବଂ କମ୍ପାନୀ ମଜବୁର ସରକାର ଚାହୁଁଛନ୍ତି କିନ୍ତୁ ଦେଶର ଜନତା ଚାହୁଁଛନ୍ତି ‘ମଜଭୁତ ସରକାର’

ଭୁବନେଶ୍ୱର, ୨୦/୧(ସନ୍ଧାନ ନିୟୁଜ) କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଂଚାଇବାରେ ରାଜ୍ୟସରକାର ବିଫଳ। ଏହା ରାଜ୍ୟବାସୀ ଜାଣିସାରିଲେଣି। ଏଣୁ ଓଡିଶାରେ ଏଥର ଭାରତୀୟ ଜନତା ପାର୍ଟି ହିଁ ସରକାର କରିବ। ଓଡିଶାବାସୀ ରାଜ୍ୟରେ ଦୀର୍ଘ ଦିନଧରି ଶାସନ କରୁଥିବା ବିଜେଡିକୁ ଏଥର ଶାସନଗାଦିରୁ ହଟାଇବେ ଏବଂ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟିଙ୍କୁ ହିଁ ଜନମତ ଦେବେ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଏବଂ ସାଂସଦ ଭୁପିନ୍ଦର ଯାଦବ।

ଦଳିୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ଭୁପିନ୍ଦର କହିଛନ୍ତି କି ଏବେ ନିକଟରେ ଦଳର ରାଷ୍ଟ୍ରୀୟ ଅଧିବେସନରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତକୁ ପ୍ରଗତିର ଶିଖରରେ ପହଂଚାଇ ପାଇଁ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳତାକୁ ନେଇ ଦଳ ଆଗାମି ନିର୍ବାଚନରେ ଲୋକଙ୍କ ପାଖରେ ପହଂଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକାଳରେ କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା ପୁର୍ବରୁ ଆଉ କୌଣସି ସରକାର ସମୟରେ ହୋଇନଥିଲା। କୃଷକ ସମୃଦ୍ଧ ହେଲେ ଯାଇ ସମୃଦ୍ଧ ଭାରତ ହୋଇପାରିବ। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ସରକାର ସମୟରେ ବ୍ୟାପକ ବଢାଯାଇଛି। ୟୁପିଏର ଶେଷ ୫ ବର୍ଷର କଂଗ୍ରେସ ସରକାର ସମୟରେ ଯାହା ବଜେଟ ଆବଂଟନ ଥିଲା ତାହା ଏବେ ଦୁଇ ଗୁଣ ହୋଇଛି। ୟୁପିଏର ଶେଷ ୫ ବର୍ଷ ୨୦୦୯ରୁ ୨୦୧୪, ବଜେଟରେ କୃଷି କ୍ଷେତ୍ର ପାଇଁ ସମୁଦାୟ ୧ଲକ୍ଷ ୨୧ ହଜାର କୋଟି ଦିଆଯାଇଥିଲା ବେଳେ ବିଜେପିର ୫ ବର୍ଷରେ ଏହା ୨ ଲକ୍ଷ ୧୧ ହଜାର କୋଟି ହୋଇଛି।

Related Posts

About The Author

Add Comment