ବିଜେପି ଅଫିସ ପୋଡ଼ିଦେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ, ୧୪/୧/୨୦୨୦ (ସନ୍ଧାନ ନିଉଜ) : ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିଦେଇଛନ୍ତି। ଏ ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ତୃଣମୂଳ କଂଗ୍ରେସ ଏହାକୁ ଖଣ୍ଡନ କରିଛି। ବିଜେପି ନେତା ଗୋପାଳ ରାୟ କହିଛନ୍ତି ଏ ଅଞ୍ଚଳରେ ବିଜେପିର ପ୍ରଭାବ ବଢୁଥିବାରୁ ଟିଏମ୍ସି ଗୁଣ୍ଡାମାନେ ଦଳୀୟ କାର୍ଯ୍ୟାଳୟକୁ ପୋଡ଼ି ଦେଇଛନ୍ତି। କମ୍ବଳ ବଣ୍ଟନ ଲାଗି ବିଜେପି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଏଠାରେ ବହୁ ଜନସମାଗମ ହୋଇଥିଲା। ଏଥିରେ ଚିନ୍ତିତ ହୋଇ ଟିଏମ୍ସି ଈର୍ଷାରେ ବିଜେପିର ଦଳୀୟ କାର୍ଯ୍ୟାଳୟ ପୋଡ଼ି ପକାଇଛି।
Related Posts
About The Author