ବାରିପଦା, ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବିଜେଡିରେ ରାଜନୀତି କରୋନା ତାତି ଠାରୁ ବଳି – ଗଲାଣି । ଚଳିତ ବର୍ଷ ପ୍ରଥମ ଥର ପାଇଁ । ଶାସକ ବିଜେଡି ମୟୂରଭଞ୍ଜ ଜିଲ୍ଲାକୁ ମୟୂରଭଞ୍ଜ ଓ ମୟୂରଭଞ୍ଜ ସଦର ଏହିପରି । ଦୁଇଟି ସାଙ୍ଗଠନିକ ଜିଲ୍ଲା ଘୋଷଣା କରି । ସଭାପତି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ସାରିଛି । ଘାଟି ଉପର ଅଂଶ ନେତାଙ୍କୁ ପୂର୍ବରୁ ଜିଲ୍ଲା ଅବା ରାଜ୍ୟ କମିଟିରେ ସେମିତି କୌଣସି ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ମିଳୁ ନଥିଲା । ଏଣୁ ସର୍ବବୃହତ ଜିଲ୍ଲାରେ ଦଳୀୟ ଗୋଷ୍ଠୀ କନ୍ଦଳ ବଢି ଯାଇଥିଲା । ଏବେ ଅଲଗା ସାଙ୍ଗଠନିକ ଜିଲ୍ଲା ହେବା ପରେ ଘାଟି ଉପରେ ବାମନଘାଟି ଓ ପାଂଚପୀଢର ବିଜେଡି ନେତା ମାନେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ କରୁଥିବା ଦେଖା ଯାଇଛି । ଜିଲ୍ଲାର ସର୍ବବୃହତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା କାଶୀନାଥ ହେମ୍ରମଙ୍କୁ ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି ଭାବେ ଦଳ ନିଯୁକ୍ତି ଦେଇଛି । ଆଗରୁ ଗୋଟିଏ ଜିଲ୍ଲା କମିଟି ଥିବା ବେଳେ କାର୍ଯ୍ୟକାରୀ ସଭାପତି ଭଳି ପଦ ସୃଷ୍ଟି କରା ଯାଇଥିଲା । ଏବେ ଦୁଇ ଓ ସାଙ୍ଗଠନିକ ଜିଲ୍ଲା ହେବା ପରେ ଏହି ପଦ ରହିବ କି ନାହିଁ ତାହା ଯଦିଓ ସୃଷ୍ଟି ହୋଇ ନାହିଁ କିନ୍ତୁ ଏହି ପଦ ପାଇଁ ଦଳୀୟ ବରିଷ୍ଠ ନେତାଙ୍କ ମଧ୍ୟରେ ଛକାପଞ୍ଜା ଆରମ୍ଭ ହୋଇ ଯାଇଛି । ଏନେଇ ରାଇରଙ୍ଗପୁର, କରଞ୍ଜିଆ, ସାରସକଣା ପ୍ରଭୃତି ଅଂଚଳର ନେତାଙ୍କ ନାମ ଚର୍ଚ୍ଚ ପରିସରକୁ ଆସିଛି । ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଜିଲ୍ଲା । ସଭାପତି ଥିବା ବେଳେ କୌଣସି । ଗୁରୁତ୍ଵପୂର୍ଣ ପଦ ପଦବୀ କରଞ୍ଜିଆ ନଚେତ ଯଶିପୁର କିମ୍ବା ସାରସକଣା ନିର୍ବାଚନ । ମଣ୍ଡଳୀକୁ ଯିବା ଏକ ପ୍ରକାର ନିଶ୍ଚିତ। କରୋନା ସମୟରେ ବି ବିଜେଡିର ମାସ୍କ ବଂଟନ, ଜୀବନ ବିନ୍ଦୁ (ରକ୍ତଦାନ ଶିବିର) ଅବା ପ୍ଲାଜମା ସଂଗ୍ରହ ଭଳି କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମରେ ବି ଟିକିଏ ଦଳୀୟ ରାଜନୀତି ରହୁଥିବା ଦେଖା ଯାଇଛି । ବରିଷ୍ଠ ନେତା ମାନେ ନିଜ ନିଜ ସମର୍ଥକ ସହ ଏହି ସବୁ କାର୍ଯ୍ୟକ୍ରମରେ ବେଶ ସକ୍ରିୟ ରହୁଥିବା ଦେଖା ଯାଇଛି । ଅବଶ୍ୟ ପୂର୍ବତନ ବିଧାୟକ ମାନେ ବହୁ । ମାପିଚୁପି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ବେଳେ ଅନ୍ୟମାନେ ଦୃତଗତିରେ ଏ ମାଡ଼ି ଯାଉଥିବା ଦେଖା ଯାଇଛି । କମିଟିର ପୂର୍ଣ୍ଣାଙ୍ଗ ରୂପରେଖ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ । ଅନୁସାରେ ହେବାକୁଥିବା ବେଳେ କିନ୍ତୁ । ବିଜେଡି ଶିବରରେ ରାଜନୈତିକ ଉଷ୍ମତା ସହ ଦଳ ବେଶ ଚଳ ହୋଇ ଉଠିଥିବା । ଦେଖା ଯାଇଛି କେହି କେହି ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି । ବରିଷ୍ଠ, ବିବାଦୀୟ ନବାଗୁତ ଏହି ଭଳି ବିଭିନ୍ନ ବର୍ଗର ନେତା ଗୁରୁତ୍ଵପୂର୍ଣ ପଦ ପଦବୀ ରେସରେ ଅଛନ୍ତି । ଜିଲ୍ଲା ସଭାପତି ଶ୍ରୀ ହେମ୍ରମ ସବୁ ନେତାଙ୍କ ବିଚାର ବିମର୍ଶ କରି ପ୍ରାୟ ସବୁ ଅଂଚଳକୁ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧାରେ ପହଂଚି ସମାଧାନର ହାତ ବଢାଉଥିବା ଦେଖା ଯାଇଛି । ସଭାପତିଙ୍କ ଏତାଦୃଶ କାର୍ଯ୍ୟ – ପରେ ଦଳୀୟ କନ୍ଦଳ କିଛିଟା ହ୍ରାସ ପାଇଥିଲେ ହେଁ କିଛି ନେତାଙ୍କ ଗଭୀର ପଦ ପଦବୀ ଲାଳସା କିନ୍ତୁ ଦଳକୁ କିଛି । ପାଦ ପଛକୁ ନେଇ ଯିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ବରିଷ୍ଠ ନେତା ମାନେ ବିବାଦୀୟ ଚେହେରା ଅବା ଜନତାଙ୍କ ଆସ୍ଥା ହରାଇଥିବା ନେତାଙ୍କୁ କମିଟିର ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ନରଖିବା ପାଇଁ ଦଳୀୟ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଆଲୋଚନା ହେଉଛି । ତେବେ ଦଳୀୟ ଜିଲ୍ଲା ପର୍ଯ୍ୟବେକ୍ଷକ, କେଉଁ ନେତା ମାନଙ୍କୁ ଭରସାକୁ ନେଇ ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟିରେ ସ୍ଥାନ ଦେଉଛନ୍ତି ତାହ। ଦେଖୁବାକୁ ବାକି ରହିଲା ।
ବିଜେଡି ଶିବିର ଚଳଚଞ୍ଚଳ
|
August 22, 2020 |
