ବିଜେଡି ଶାସନରେ ମଠ ମନ୍ଦିର ଲୋପ ହେଉଛି: ବେତଣ୍ଡା ଜଗନ୍ନାଥ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଦାବି ଜୋର ଧରିଲା

Spread the love

ଯାଜପୁର,୦୫/୦୪ (ସନ୍ଧାନ ନିଉଜ) ଶତାଧିକ ବର୍ଷ ପୂର୍ବରୁ ପାଣିରେ ଭାସି ଆସିଥିବା ତିନି ଠାକୁର ନେଇ ତିନୋଟି କ୍ଷେତ୍ର ହୋଇଥିଲା । କେନ୍ଦ୍ରାପଡାର ବଳଦେବ କ୍ଷେତ୍ର ଏବଂ ଆଳି କନିକାରେ ସୁଭଦ୍ରା ଦେବୀଙ୍କ ନାମରେ କ୍ଷେତ୍ର ପ୍ରତିଷ୍ଠା ହୋଇ ବିକଶିତ ହୋଇଛି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରର ରସୁଲପୁର ବ୍ଲକ ବାରବାଟୀ ପଂଚାୟତ ଅନ୍ତର୍ଗତ ବେତଣ୍ଡାରେ ଅବସ୍ଥିତ ଶ୍ରୀ ଜଗନ୍ନାଥଙ୍କ ପୀଠ ଅବହେଳିତ ହୋଇ ଧ୍ୱଂସାଭିମୁଖୀ ହୋଇଛି । ଏହି ପୀଠକୁ ଜଗନ୍ନାଥ ପୀଠର ମାନ୍ୟତା ଦିଆଯିବା ସହ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଦାବି ଜୋର ଧରିଛି । ସୋମବାର ମନ୍ଦିର ପରିସରରେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ ସହ ତୁରନ୍ତ ସରକାର ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
ଏହି ବୈଠକରେ ବେତଣ୍ଡା ଜଗନ୍ନାଥ ମନ୍ଦିର ସୁରକ୍ଷା କମିଟି ସଭାପତି ସତୀଶ ବିଶ୍ୱାଳ ଅଧ୍ୟକ୍ଷତା କରି କହିଥିଲେ ଯେ,  ବେତଣ୍ଡାର ଏହି ପ୍ରସିଦ୍ଧ ପୀଠ ସହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଆଧ୍ୟାତ୍ମିକ, ଆବେଗିକ ସମ୍ପର୍କ ରହିଛି । ଏହି ପୀଠର ବିକାଶ ପାଇଁ ଗତ ମାସ ମାର୍ଚ୍ଚ ୧୯ ତାରିଖରେ ହୋଇଥିବା ବୈଠକରେ ଜଗନ୍ନାଥ ଭକ୍ତ ମାନେ ମୁହଁରେ କଳାପଟା ଭିଡି ପ୍ରତିବାଦ କରିଥିଲେ ।  ଏହାପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ପୀଠର ମଧ୍ୟ ବିକାଶ କାର୍ଯ୍ୟ ତ୍ୱରାନ୍ମିତ ହୋଇଛି ।  ହେଲେ ଏହି ପୀଠକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ଆବଶ୍ୟକ ଭିତିଭୂମୀ ରହିବା ସହ ବଳିଷ୍ଠ କମ୍ବଦନ୍ତି ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ମଧ୍ୟ ରହିଛି । ବରିଷ୍ଠ ନାଗରିକ ବାଇଧର ରାଉତ ପ୍ରାରମ୍ବିକ ସୂଚନା ପ୍ରଦାନ କରି ଶ୍ରୀ ଜଗନ୍ନାଥଙ୍କ ଏହି ପୀଠର ବିକାଶ ପାଇଁ  ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ଦଳ ମତ ନିର୍ବିଶେଷରେ ସହଯୋଗ କରିବାକୁ ନିବେଦନ କରିଥିଲେ । ଏଥିରେ ବିକ୍ରମ ରାଉତ, ବିବେକାନନ୍ଦ ରାଉତ, ରାମଚନ୍ଦ୍ର ଦାଶ, ବ୍ରହ୍ମାନନ୍ଦ ରାଉତ, ପ୍ରହଲ୍ଲାଦ ରାଉତ, ସାନନ୍ଦ ସ୍ୱାଇଁ, ବିଜୟ ସ୍ୱାଇଁ, ସରୋଜ ରାଉତ, କେଦାର ରାଉତ, ରବିନ୍ଦ୍ର ସାହୁ, ତପନ ରାଉତ, କଳ୍ପତରୁ ରାଉତ, କେଦାର ରାଉତ, ଅଭୟ ସାମଲ, ପରମାନନ୍ଦ ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜର ମତ ଉପସ୍ଥାପନ କରି ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ସାଗର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment