ବିଜେଡି ପ୍ରତିଷ୍ଠା ଦିବସ

Spread the love

ବାରିପଦା, ୨୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବାରିପଦାସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂ, ଗୋଲକ ନାଏକ, ସରୋଜିନୀ‌ ହେମ୍ବ୍ରମ୍ ପ୍ରଥମେ ଦଳୀୟ ନେତୃବୃନ୍ଦଙ୍କ ସହ ବିଜୁ ପଟ୍ଟନାୟକ ଛକଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତେ ମାଲ୍ୟାର୍ପଣ କରିବା ପରେ ବିଜୁ‌ଭବନରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ କୋରନାରେ ମୃତ୍ୟୁବରଣ କରିଥିବା‌ ଯୋଦ୍ଧାମାନଙ୍କର ଆତ୍ମାର ସଦ୍‌ଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ କରିବା, ଜୁବଲୀ ଲାଇବ୍ରେରୀର ସର୍ବାଙ୍ଗୀନ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥର ବରାଦ, ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ମଞ୍ଜୁର କରିଥିବାରୁ ଶ୍ରୀ ମାଣ୍ଡି ମୁଖମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାଣ୍ଡି, ସହ ପର୍ଯ୍ୟବେକ୍ଷକ ସୁବ୍ରତ ଥାଟୋଇ, ରାଜ୍ୟ ସାଧାରଣ ସମ୍ପାଦକ ଡା. ଦେବାଶିଷ ମାଣ୍ଡି, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜଶିବନାରାୟଣ କି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ ଓ ଦୀପ୍ତିଲତା ମିଶ୍ର, ଛବି ମାହାଲି, ମହିଳା ବିଜେଡି ସଭାନେତ୍ରୀ ବିଣାପାଣି ସାହୁ, ସରୋଜ ମହାପାତ୍ର, ଛାତ୍ର ବିଜେଡି ଜୋନାଲ ସଭାପତି ଅବଦୁଲ୍ ହବିବ୍, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦକ ସମ୍ପା ମୁଜୁମଦାର, ସୀମା ଦାସ ଓ ଶ୍ରାବଣୀ ଦାସ, ପୂର୍ବତନ କାଉନସିଲର କୁନା ପଟ୍ଟନାୟକ, ବିଶିକେଶନ ପଟ୍ଟନାୟକ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଦେବାଶିଷ ଦାସ,‌ସ୍ଵରୁପ ପଟ୍ଟନାୟକ, ଗୀତାରାଣୀ ବେହେରା, ରତ୍ନାକର ବେହେରା, କୁମାର ମୁଖୀ, ତ୍ରିଲୋକେଶ ପଣ୍ଡା, ଦେବାଶିଷ ପାତ୍ର, ଦର୍ପନାରାୟଣ ପାଲ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରଜନୀ ମହାନ୍ତ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତି, ବରିଷ୍ଠ ବିଜେଡି ନେତା କୃଷ୍ଣ ଦାସ, ତପନ କର, ଦୁର୍ଗା ମାଣ୍ଡି, ଖୁଣ୍ଟା ବ୍ଲକ୍ ଅଧ୍ୟକ୍ଷ ପୁଷ୍ପଲତା ମାଣ୍ଡି, ବିଲକାନ ପ୍ରଭୃଦୟାଲ ନାଗ, ଅମର ସେଠୀ, ଦେବୀଦତ୍ତ ଦାଶ, ପ୍ରତୀକ ଦାଶ ଓ ପ୍ରଭାତି ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment