ବିଜେଡି ପକ୍ଷରୁ ଜିଲାପରିଷଦ ଅଧ୍ୟକ୍ଷାଙ୍କ କୁଶପୁତ୍ତଳିକା ଦାହ

Spread the love

କରଞ୍ଜିଆ, ୧୪.୦୧.୨୦୨୧(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):-କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବମଙ୍କ ଆହ୍ବାନ  କ୍ରମେ ଆଜି ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଜନତାଦଳ (ସଦର)ର ସାଧାରଣ ସମ୍ପାଦକ ଚିକୁ ଭୁଜବଳ ଏବଂ ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଭାପତି ଆନିସ୍ ମାନ୍ନାଙ୍କ ନେତୃତ୍ବରେ ବିଜେଡି କର୍ମୀଗଣ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖାଯାଇଛି । ଓଡ଼ିଶାର ବରପୁତ୍ର ତଥା ବିଜୁ ଜନତାଦଳର ପ୍ରତିଷ୍ଠାତା ସ୍ବର୍ଗତ ବିଜୁବାବୁଙ୍କ ପ୍ରତି ଅଧ୍ୟକ୍ଷା  ସୁଜାତା ମୁମୁଙ୍କ ଅପମାନ ସୂଚକ ମନ୍ଦିବ୍ୟ ନେଇ ସମଗ୍ର ଜିଲାରେ ବିଜୁ ଜନତାଦଳର କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ଅଧ୍ୟକ୍ଷାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ମିଳନପଡିଆ ଠାରେ ବିଜେଡିର କର୍ମୀଗଣ ଏକତ୍ରୀତ ହେବାପରେ ଏକ ରାଲି ଶୋଭାଯାତ୍ରାରେ ବାହାରି ଏନଏସି ଛକ ହୋଇ କଚେରୀ ଛକଠାରେ ଏକତ୍ରୀତ ହୋଇଥିଲେ । ସେଠାରେ ବିଜେପି ଓ ଅଧ୍ୟକ୍ଷାଙ୍କ ବିରୋଧରେ ଛାତ୍ର ଯୁବ ନେତାଗଣ ବଞ୍ଚିବା ପରେ କୁଶପୁତ୍ତଳିକା ଦାହ । କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ଯୁବ ଜନତାଦଳର ଉପସଭାପତି କୁନା ମହାନ୍ତ ,କରଞ୍ଜିଆ ନଗର ସଭାପତି  ସତ୍ୟାନନ୍ଦ ଜେନା ଏବଂ ବିଜୁ ଯୁବ ଜନତାଦଳର କରଞ୍ଜିଆ ବ୍ଲକ ସଭାପତି ଇମତାଜ ଅଲ୍ଲୀ ପରିଚାଳନା କରିଥିବା ବେଳେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାକୁ ବରିଷ୍ଠ ନେତା ବିବେକାନନ୍ଦ ଦାସ, ମହେଶ୍ୱର ନାଏକ, ସନ୍ତୋଷn ମହାନ୍ତ ,ବିକ୍ରମ ସାହା, ନଗେନ ମହାନ୍ତ, ଜିଲ୍ଲା ସଂଖ୍ୟାଲଘୁ ସେଲର ଉପସଭାପତି ମହମ୍ମଦ ନାସିମ, ଜିଲା ସମ୍ପାଦକmn ସତ୍ୟରଞ୍ଜନ ମହାନ୍ତ,ବିଜୁ ଛାତ୍ର ଜନତା ଦଳର ନଗର ସଭାପତି ଲୋକନାଥ ବେହେରା, ଜିଲ୍ଲା ଛାତ୍ର ଜନତାଦଳରn ଉପସଭାପତି ବିଭୂକଲ୍ୟାଣ ମହାନ୍ତ , ଛାତ୍ର ଜନତାଦଳର ଠାକୁରମୁଣ୍ଡା ବ୍ଲକ ସଭାପତି ନୀତିଶ ନନ୍ଦ ,ଜିଲ୍ଲା ବିଜୁ ଛାତ୍ର ଜନତାଦଳର ଉପସଭାପତି ସନ୍ତୋଷ ଚୌଧୁରୀ, ଛାତ୍ର ଜନତାଦଳର କରଞ୍ଜିଆ ବ୍ଲକ ସଭାପତି କମଳ ଲୋଚନ ମହାନ୍ତ, ସୀତାଶୁ ମହାନ୍ତ, ଅନୁଭବ ମହାପାତ୍ର କୃଷ୍ଣ ଖାଟୁଆ ,ଜିତେନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment