ଯାଜପୁର, ୨୮/୩ (ସନ୍ଧାନ ନିୟୁଜ/ ଜଗମୋହନ ରାଉତ) : ବୁଧବାର ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି କ୍ରମରେ ଯାଜପୁର ଜିଲାର ୭ଟି ନିର୍ବାଚନ ମଣ୍ଡଳି ମଧ୍ୟରୁ ଦଳ ପକ୍ଷରୁ ଧର୍ମଶାଳା, ସୁକିନ୍ଦା, ବିଞ୍ଝାରପୁର ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛି । ଟିକେଟ ଘୋଷଣା ହେବା ପରେ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମର୍ଥକମାନେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଏଥିରେ ଧର୍ମଶାଳା ନିର୍ବାଚନ ମଣ୍ଡଳି ଆଗରେ ରହିଛି । ଏହି ନିର୍ବାଚନ ମଣ୍ଡଳିରେ ଅଦିନିଆ ଦିପାବଳି ପରିସ୍ଥିତି ଉପୁଯିଛି । ଅତ୍ୟଧିକ ବାଣ ଫୁଟିବା ସହ ଉଚ୍ଚଶବ୍ଦ ସୃଷ୍ଟିକାରୀ ଆତସବାଜି ଜରିଆରେ ସମାଜରେ ଆତଙ୍କ ସୃଷ୍ଟି କରାଯାଉଛି । ବିଶେଷକରି ବିରୋଧୀମାନଙ୍କୁ ଭୟଭୀତ କରିବା ପାଇଁ ସମର୍ଥକମାନେ ବାଣକୁ ଅସ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏ ନେଇ ବିରୋଧୀମାନେ ଭୟରେ ମୁହଁ ଖୋଲୁ ନାହାଁନ୍ତି । ହେଲେ ଏ ଦିଗରେ ବିଭିନ୍ନ ଛକ ବଜାରରେ ଆଲୋଚନା ହେଉଛି । ତେବେ ପୋଲିସ ପ୍ରଶାସନ ଏ ନେଇ ନୀରବ ରହିଛି । ଖୁସି ମନାଇବା ସମସ୍ତଙ୍କର ଅଧିକାର ହେଲେ ତାହା କାହା ପାଇଁ ଅସୁବିଧା ସୃଷ୍ଟି ନକରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି ।
ଘଟଣାରୁ ପ୍ରକାଶ ଧର୍ମଶାଳା ପାଇଁ ବିଜେଡି ଟିକେଟ ଘୋଷଣା ହେବାପରେ ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ସମର୍ଥକଙ୍କ ମାନେ ଖୁସି ମନାଇଥିଲେ । ଗତ କିଛିଦିନ ଧରି ବିଜେଡି ଟିକେଟକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ଏଥର ଦୁର୍ନୀତି ଆଧାରରେ ପ୍ରଣବଙ୍କ ଟିକେଟ କଟିବ ବୋଲି ବିରୋଧୀ ପ୍ରଚାର କରୁଥିଲେ । ତେଣୁ ଦଳ ଟିକେଟ ଘୋଷଣାରେ ବିଳମ୍ବ କରିବାରୁ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଶଙ୍କା ପ୍ରକଟିତ ହୋଇଥିଲା । ତେବେ ବିଜେଡିର ତୃତୀୟ ପର୍ଯ୍ୟାୟ ଟିକେଟ ଘୋଷଣାରେ ପ୍ରଣବଙ୍କୁ ଟିକେଟ ମିଳିଥିଲା । ଏଥିରେ ସମର୍ଥକମାନେ ଖୁସିରେ ବିଭୋର ହୋଇଯାଇଥିଲେ । ଗତକାଲି ସଂଧ୍ୟାରେ ବାଣ ଫୁଟାଇ ଖୁସି ମନଇଥିଲେ । ବାଣ ଫୁଟାଇବା ସମୟରେ ବିଧାୟକଙ୍କ ସମର୍ଥକମାନେ ବିରୋଧୀଙ୍କୁ ନିଶାନା କରିଥିଲେ । ବିରୋଧୀଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବାଣ ଫୁଟାଇ ଆତଙ୍କିତ କିରିବାକୁ ପ୍ରୟାସ କରିଥିଲେ । ଏଥିସହ ଅତ୍ୟଧିକ ବାଣ ଫୁଟିବା ସହ ପରିବେଶ ପ୍ରଦୁର୍ଷଣ ହେଉଛି । ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟିବା ଦ୍ୱାରା ଶବ୍ଦ ପ୍ରଦୁଷଣ ହେଉଛି । ବୟସ୍କ ଓ ହୃଦ୍ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଜନସାଧାରଣଙ୍କ ଶ୍ରବଣଶକ୍ତିକୁ ପ୍ରଭାବିତ କରୁଛି । ଏଭଳି ଘଟଣା ପ୍ରତି ପୋଲିସ ପ୍ରଶାସନ ଆଖିବୁଜି ଦେଇଛି । ପୋଲିସର ନିଷ୍କ୍ରିୟତାରୁ ବିଶୃଙ୍ଖଳାକାରୀଗଣ ଫାଇଦା ନେଉଛନ୍ତି । ଏହାଦ୍ୱାରା ସମାଜରେ ଅସ୍ଥିରତା ସୃଷ୍ଟି ହେଉଛି । ଏ ଦିଗରେ ପୋଲିସ ନିଜ ଆଡୁ କୌଣସି ପଦକ୍ଷେପ ନେଉନାହିଁ । ବରଂ ଅଭିଯୋଗ୍ ଆସିଲେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।
ବିଜେଡି ଟିକେଟ ଘୋଷଣାପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ, ବାଣ ଫୁଟାଇ ବିରୋଧୀଙ୍କୁ ଭୟଭୀତ କରିବାକୁ ପ୍ରୟାସ, ପ୍ରଶାସନ ନୀରବ
|
March 28, 2019 |
![](https://sandhannews.com/wp-content/uploads/2019/03/breking-news-730x430-2.jpg)