ଯାଜପୁର ୧୫/୩ (ସନ୍ଧାନ ନିୟୁଜ) ଧର୍ମଶାଳାର୧୧ନଂ ଜୋନରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜେନାପୁର ଥାନା ଅନ୍ତର୍ଗତ ମର୍ଜ୍ୟତାପୁର ହିଙ୍ଗୁଳା ପଡିଆ ନିକଟରୁ ମଟର ସାଇକେଲ ରାଳିରେ କର୍ମୀମାନେ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତ ରାୟଙ୍କୁ ସାଥିରେ ନେଇ ରେଖିଦେଇପୁର ଯାତ୍ରାପଡିଆ ଠାରେ ଉପସ୍ଥିତ ହୋଇ କର୍ମୀସମ୍ମୀଳନୀ ସଭାରେ ସାମିଲ ହୋଇଥିଲେ । ସାଂସଦ ପ୍ରତିନିଧି ଉକ୍ରଳ ଦାସ ସଭାପତିତ୍ୱ ଅନୁଷ୍ଠିତ ସଭାରେ ପ୍ରଥମେ ବିଧାୟକଙ୍କ ଉପସ୍ଥିତିରେ କିଛି ଅନ୍ୟ ଦଳର ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ସଭାରେ ବିଧାୟକ ପ୍ରଣବ ବଳବନ୍ତରାୟ କର୍ମୀମାନଙ୍କୁ ସଂବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପତ୍ତନାୟକଙ୍କ ଦ୍ୱାରା ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ । ଏହା ସହ ସ୍ଥାାନୀୟ କବାଟବନ୍ଧ ରାଖିଦେଇପୁର ରାସ୍ତାର ସଦୃଢି କରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା କହିଥିଲେ । ଏହି ଅବସରରେ ସାଂସଦ ରୀତ ତରେଇ ନବୀନ ବାବୁଙ୍କ କାର୍ଯ୍ୟକାଳରେ ହୋଇଥିବା ବିଭିନ୍ନ ଯୋଜନା ଗୁଡିକୁ କର୍ମୀମାନଙ୍କୁ କହିବାକୁ ଭୁଲିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦଶ୍ୟା ଶୁରେଖା ନାୟକ,ଧର୍ମଶାଳା ବିଜେଡି ସଭାପତି ଜଳଧର ମାହାନ୍ତି,ନିରଞ୍ଜନ ବଳ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରୀୟନାଥ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସଭାମଂଚରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ,ସରପଂଚ ଅରୁଣ ପରିଡା,୧୨ ଜିଲ୍ଲା ପରିଶଦ ସଦଶ୍ୟା ପ୍ରଣତୀ ଲେଙ୍କା,ମମତା ଦଣ୍ଡପାଟ,ପର୍ଯ୍ୟବେକ୍ଷକ ଦିଲିପ କୁମାର ବଳ,ପ୍ରଶନ୍ନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅପର ପକ୍ଷରେ ଧର୍ମଶାଳାର ଯୁବନେତା ସତୀଶ ବିଶ୍ୱାଳ ଭୂମିପୁତ୍ର ସ୍ଳୋଗାନ ଦେଇ ବିଧାୟକ ପରିବାରର ବିଭିନ୍ନ ଦୁର୍ନିତି ଓ ପରିବାରବାଦକୁ ପ୍ରସଙ୍ଗ କରି ସ୍ଥାନୀୟ ଅଂଚଳରେ ବେଶ ଆଲୋଡନ ସୃଷ୍ଟି କରିବା ନେଇ ବିଧାୟକଙ୍କ ତରଫରୁ ଏହା କାଉଂଟର ସଭା ବୋଲି କୁହାଯାଉଛି । ତେବେ ବି.ଜେ.ଡି ଓ ଶଙ୍ଖ ଚିହ୍ନ ବଳରେ ଏଭଳି ସଭା କରାଯିବା ସ୍ୱଭାବିକ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି । ଶେଷରେ ତପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Report- Pradipta Mohanty,