ବିଜେଡ଼ି ନେତା ବୁଲୁ  ମହାନ୍ତିଙ୍କ ଉପରେ ବୋମାମାଡ 

Spread the love
ରାଉରକେଲା, ୭/୨/୨୦ (ସନ୍ଧାନ ନିଉଜ) : ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ ଆଶେଷ ମହାନ୍ତିଙ୍କ ଉପରେ ବୋମାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ବନ୍ଧରେ ଖବର ପାଇ ବହୁ ସଂଖ୍ୟାରେ ସମର୍ଥକ ମେଡ଼ିକାଲରେ ପହଁଚିଛନ୍ତି । ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ରାତି 9.30 ସମୟରେ ଦୃବୃତ୍ତ ମାନେ ଆଶେଷଙ୍କ ଉପରକୁ ବୋମା ମାଡ କରିଥିଲେ । ବୁଲୁ ବାସନ୍ତି କଲୋନୀ ସ୍ଥିତ ନିଜ ଅଫିସରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ବୋମା ନିକ୍ଷେପ କରିଥିଲେ । ବୁଲୁ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଗଲା ପରେ ଯୁବକ ଦ୍ବୟ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment