ବିଜେଡ଼ି କର୍ମୀଙ୍କୁ ଗିରଫ ଦାବିରେ ଜେନାପୁର ଥାନା ସାମ୍ନାରେ ବିଜେପିର ଧାରଣା

Spread the love

ଯାଜପୁର ସଦର, ୧୬/୧୨/୨୫ (ସନ୍ଧାନ ନ୍ୟୁଜ )  : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ସମ୍ମୁଖରେ ବିଜେଡ଼ି କର୍ମୀଙ୍କୁ ଗିରଫ ଦାବିରେ ବିଜେପିର ଶତାଧିକ ମହିଳା ଓ ପୁରୁଷ ଅଦ୍ୟାବଧି ଧାରଣାରେ ବସିଛନ୍ତି। ପ୍ରାପ୍ତ ଖବର ନେବାରୁ ଜଣାଯାଏ ରବିବାର ଅପରାହ୍ନରେ ବିଜେଡ଼ିର ସୋସିଆଲ ମିଡ଼ିଆ ଟିମର ଏକ ବନ୍ଧୁମିଳନ ସ୍ଥାନୀୟ ଗଡମଧୁପୁର ସ୍ଥିତ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଫାର୍ମହାଉସରେ ଚାଲିଥିଲା। କିଛି ଯୁବକ ଫାର୍ମହାଉସ ଭିତରେ ଚାଲିଥିବା ବନ୍ଧୁମିଳନ ଉତ୍ସବକୁ ଗର୍ଗେଟ୍ କରି ଟେକାପଥର ମାଡ଼ କରିବା ସହ ଗେଟ୍ ଖୋଲି ଧସେଇ ପଶି ବିଜେଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ।ଏହି ଆକ୍ରମଣ ରେ ବିଜେଡ଼ି ଦଳର କେତେକ ଯୁବକ ଆହତ ହୋଇଥିଲେ। ଜେନାପୁର ପୁଲିସ ସହାୟତା ହାୟତାରେ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅପରପକ୍ଷେ ବିଜେପି କର୍ମୀ ସୁନୀଲ ପଣ୍ଡା ମଧ୍ୟ ବିଜେଡି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଛି। ସୁନୀଲ ଚଢ଼େଇଧରାରୁ କାର୍ଯ୍ୟ ସାରି ଫେରୁଥିବା ବେଳେ ପନ୍ତୁରି ଗାଁ ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସୁନୀଲ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା ସହିତ ଜେନାପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଯାଜପୁରରୋଡ୍ ଏସ୍‌ଡିପିଓ ଲକ୍ଷ୍ମୀଧର ସ୍ବାଇଁ ଓ ଜେନାପୁର ଥାନାଧିକାରୀ ନିରୁପମା ଜେନା ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆଜି ଧର୍ମଶାଳାର ରାଜନୈତିକ ଗଣ୍ଡଗୋଳକୁ ନେଇ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ସିଧାସଳଖ ବିଜେପିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ମୋ ଫାର୍ମହାଉସ ଭିତରେ ବିଜେଡି ଯୁବଛାତ୍ର ମାନେ ବୈଠକ କରୁଥିଲେ। ମହିଳାମାନେ ଉପସ୍ଥିତ ଥିଲେ। ସେମାନେ ଖାଇବା ବେଳେ ଧର୍ମଶାଳାର ଶତାଧିକ ବିଜେପି ସମର୍ଥକ ସେଠାରେ ପଶି ମାରଧର କରିବା ସହିତ ଘରର ଆସବାସପତ୍ର ଓ ବାଇକ୍ ଭଙ୍ଗାରୁଜା କରିଛନ୍ତି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ସମ୍ମୁଖରେ ଏଭଳି କାଣ୍ଡ ଆଜି ଘଟିଛି। ପୁଲିସ ନିଜେ ଏହାର ମୁକସାକ୍ଷୀ। ପ୍ରଥମେ କର୍ମୀଙ୍କ ଚିକିତ୍ସାକୁ ଗୁରୁତ୍ବ ଦେଉଛି। ପରେ ଆଇନ୍‌ର ଆଶ୍ରୟ ନେବି ବୋଲି ପ୍ରଣବ ପ୍ରକାଶ କରିଥିଲେ। ଏହାପରେ ପ୍ରଣବ ନିଜେ ବହୁସଂଖ୍ୟକ ସମର୍ଥକଙ୍କୁ ଧରି ଭୁବନେଶ୍ୱରସ୍ଥି ଉସ୍ଥିତ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରିବା ଯାଏଁ ଅହୋରାତ୍ର ଧାରଣା ଦେବେ ବୋଲି କହିଛନ୍ତି। ଅପରପକ୍ଷେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ପଛରେ ବିଜେଡି କର୍ମୀଙ୍କ ଭୂମିକାକୁ ଦାୟୀ କରିଛନ୍ତି। ଧର୍ମଶାଳାରେ ଆକ୍ରମଣର କାହାଣୀ ବିଜେଡି ଲେଖୁଛି। ଭୁଶୁଡ଼ି ଯାଉଥିବା ସଂଗଠନକୁ ସମ୍ଭାଳିବାରେ ଅସମର୍ଥ ବିଜେଡି ଏବେ ଆକ୍ରମଣକୁ ଆଦରି ନେଇଛି। ଧର୍ମଶାଳା ଗଣ୍ଡଗୋଳରେ ବିଜେଡି ହିଁ ଆକ୍ରମଣକାରୀ। ପୁଲିସ ତଦନ୍ତ କରୁଛି, ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରି ବୋଲି ସୂଚନା ଦେଇଛନ୍ତି। ରବିବାର ବିଳମ୍ବିତ ରାତ୍ରରୁ ଅଦ୍ୟାବଧି ବିଜେପି କର୍ମୀମାନେ ବିଭିନ୍ନ ନାରାବାଜି ଦେଇ ଧାରଣାରେ ବସିଛନ୍ତି ତାଙ୍କର ଗୋଟିଏ ଜିଦ ବିଜେଡ଼ି କର୍ମୀ ଯେଉଁ ପର୍ଯ୍ୟନ୍ତ ଗିରଫ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବେ। ଧାରଣା ସ୍ଥଳରେ ଯାଜପୁର ଏସ୍ ଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଜେନାପୁର ଥାନାଧିକାରିଣୀ ନିରୂପମା ଜେନା, କୁଆଖିଆ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ମହାପାତ୍ର,ରଞ୍ଜନ କୁମାର ବେହେରାଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ଅଛନ୍ତି।

Related Posts

About The Author

Add Comment