ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ଉନ୍ମୋଚିତ ହେଲା ହେଲ୍‌ପ ଡେସ୍କ ଓ ଲୋଗୋ

Spread the love

ଭୁବନେଶ୍ୱର, ୧୭/୮ (ସନ୍ଧାନ ନିୟୁଜ): ସ୍ୱାଧୀନତା ଦିବସରେ ଉଦ୍‌ଘାଟିତ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଜନାର ହେଲ୍‌ପ ଡେସ୍କ ଓ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି।

ଏହି ଯୋଜନାରେ ରାଜ୍ୟର ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ହିତାଧିକାରୀଙ୍କ ପରିବାରର ମହିଳା ବାର୍ଷିକ ଅତିରିକ୍ତ ୨ଲକ୍ଷ ବା ୭ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପାଇପାରିବେ। ଫଳରେ ରାଜ୍ୟର ୧.୫ କୋଟି ମହିଳା ଏହି ଯୋଜନାରେ ଲାଭବାନ ହୋଇପାରିବେ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ବା ଆରଏସ୍‌ବିଓ୍ଵାଇ ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ସମେତ ଅନ୍ୟାନ୍ୟ ସ୍ୱଳ୍ପ ଆୟକାରୀ ପରିବାରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏଥିରେ କୌଣସି ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଓଟି ସୁବିଧା, ଅସ୍ତ୍ରୋପଚାର, ଆଇସିୟୁ, ଅନ୍ତର୍ବିଭାଗ ଆଦି ସେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହେଲ୍‌ପ ଡେସ୍କ କାର୍ଯ୍ୟ କରୁଛି।

Related Posts

About The Author

Add Comment