ବିଜୁ ଯୁବବାହିନୀଙ୍କୁ ମୋବାଇଲ ବଂଟନ ମେଳା, ପାଣିରେ ପଢୁଛି ସରକାରୀ ଟଙ୍କା

Spread the love

ରସୁଲପୁର, ୨୭/୨ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ବ୍ଲକ ଅଧିନସ୍ଥ ୨୮ଗୋଟି ପଂଚାୟତର ମଧ୍ୟରୁ ୧୯ଗୋଟି ପଂଚାୟତରେ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ମୋବାଇଲ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅସିତ୍ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ମେଳାରେ ଯାଜପୁର ସାଂସଦ ରୀତା ତରାଇ, ବରୀ ବିଧାୟକ ଦେବାଶିଷ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, ଯୁବନେତା ପ୍ରକାଶ ସାମଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଯୁବକମାନଙ୍କୁ କ୍ରିୟାଶୀଳ କରିବା ସହ ପ୍ରତ୍ୟେକ ମଧ୍ୟରେ ସୂଚନା ଆଦାନପ୍ରଦାନ ଦିଗରେ ଯୁବକମାନଙ୍କୁ ସକ୍ରୀୟ କରିବା ପାଇଁ ନବୀନ ବାବୁଙ୍କର ଏହା ହେଉଛି ଅଭିନବ ପ୍ରୟାସ । ଏଥିସହ ଯୁବକମାନେ ମୋବାଇଲ ବ୍ୟବହାର କରି ସରକାରଙ୍କ ଜନହିତକର କାର୍ଯ୍ୟ, ନିଯୁକ୍ତି ସୂଚନା, ଦେଶ ବିଦେଶର ଖବର ସହଜରେ ପାଇପାରିବେ । ଏହା ଦ୍ୱାରା ଯୁବକମାନଙ୍କର ଦକ୍ଷତା ବୃଦ୍ଧି ଘଟାଇବାରେ ସହାୟକ ହେବ ବୋଲି ଅତିଥିମାନେ ମତପୋଶଣ କରିଥିଲେ । ଯୁବ ବାହିନୀର ବ୍ଲକ ସଂଯୋଜକ ସାଗର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରଗତି ସହାୟକ ତଥା ନୋଡାଲ ଅଧିକାରୀ ପ୍ରିତିସ୍ରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳିରୁ ୯ଗୋଟି ଓ ବରୀ ନିର୍ବାଚନ ମଣ୍ଡଳିରୁ ୧୦ଗୋଟି ପଂଚାୟତରୁ ୪୦୦ରୁ ଉର୍ଦ୍ଧ ଯୁବକ ଯୋଗଦେଇଥିଲେ । ମୋବାଇଲକୁ ନେଇ ଯୁବକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସଂଧ୍ୟା ପର୍ଯ୍ୟନ୍ତ ମୋବାଲଇ ବଂଟନ କାର୍ଯ୍ୟ ଜାରି ରହିଥିଲା । ଏବେ ସୁଦ୍ଧା ବ୍ଲକ ଅଧିନରେ ମୋଟ ୮୯୬ଜଣ ଯୁବକ ନିଜ ନାମ ପଞ୍ଜିକରଣ କରିଛନ୍ତି । ପ୍ରେତ୍ୟକ ଯୁବକଙ୍କୁ ପର୍ଯ୍ୟାୟକ୍ରମେ ମୋବାଇଲ ପ୍ରଦାନ କରାଯିବ ବୋଲି ନୋଡାଲ ଅଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment