ବିଜୁ ଭବନରେ ୧୦୫ ତମ ବିଜୁ ଜୟନ୍ତୀ ପାଳିତ

Spread the love

ବାରିପଦା, ୦୫/୦୩/୨୧ (ସନ୍ଧାନ ନିଉଜ)ଆଜି ସ୍ଥାନୀୟ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୫ ତମ ବାରିପଦା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି ପ୍ରଥମେ ଦଳିୟ କର୍ମୀମାନେ ଦଳର ସଭାପତି ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ସଭାଯାତ୍ରା ବାହାରି ବିଜୁପଟ୍ଟନାୟକ ଗୋଲେଇ ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୂର୍ତୀ ରେ ମାଲ୍ୟାର୍ପଣ କରାଯାଇଥିଲା ତା ପରେ ବିଜୁ ଭବନରେ ଆୟଜିତ ସଭାରେ ମାନ୍ୟବର ମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ମାରାଣ୍ଡିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ସଭାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ ଦେବାଶିଷ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସୋରଜିନି ହେମ୍ବ୍ରମ୍, କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ଯୁବସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ପ୍ରଭାତ ନାୟକ ଓଡିଶା ଖୋଦିବର୍ଡ ସଦସ୍ୟ ସୋରଜ କୁମାର ବୋଷ, ଆଇନଜିବୀ ତଥା ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ଦାସ, ସୁବ୍ରତ ଛାଟଇ, ନାରୀ ନେତ୍ରୀ କମଳା ତିରିଆ, ଛବି ମାହାଲି ପ୍ରମୁଖ ତାଙ୍କ ବକ୍ତବ୍ୟରେ ବିଜୁ ବାବୁ ଗାଁ କୁ କାମ ମାଁ କୁ ସମ୍ମାନ ଉକ୍ତିରେ ଓଡିଶାର ମାତ୍ରାଧିକ ମହିଳା ସମ୍ନାକୁ ଆସିଛନ୍ତି । ତ୍ରୀସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ନାରି ମାନେ ଅଗ୍ରାଧୀକାର ପାଇଛନ୍ତି । ଏହା ସମ୍ଭବ ହୋଇପାରିଛି କେବଳ ବିଜୁ ବାବୁଙ୍କ ପାଇଁ । ଡଚ୍ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ ଲଗାଇ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିବା, ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଉଦଳା, କରଞିଆ, ରାଇରଙ୍ଗପୁର ଠାରେ ମହାବିଦ୍ୟାଳୟର ପ୍ରତିଷ୍ଠା ଏବଂ ବାରିପଦାର ତକତପୁର ଠାରେ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠା, ଜିଲ୍ଲାରେ କୃଷିରେ ଜଳସେଚନର ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଜୁ ବାବୁ ୧୯୭୧ ରେ ଉଦଳାରେ କାଳ ଏବଂ ରାଇରଙ୍ଗପୁରରେ ଖଡଖାଇ ଡ୍ୟାମ୍ ର ସୁଭ ଦେଇଥିଲେ ଏବଂ ପରେ ସୁନେଇ ଡ୍ୟାମ୍ ର ସୁଭ ଦେଇଥିଲେ ତାଙ୍କର ମୟୁରଭଞ୍ଜ ପ୍ରତି ଭଲପାଇବା ସବୁ ବ୍ୟକ୍ତା ମାନେ ତାଙ୍କ ବକ୍ତବ୍ୟରେ ପ୍ରତିପାଦିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ଦୁର୍ଗାମଣି ଆଚାର୍ଯ୍ୟ, ଦିପ୍ତିଲତା ମିଶ୍ର, ସମ୍ପା ମୁଜୁମଦାର, ବିଣାପାଣି ସାହୁ, ସବିତା ବେହେରା, ସୀମା ଦାସ, ସ୍ରାବଣୀ ଦାସ, ଗୀତା ବେହେରା, ଦ୍ରୌପଦି ସାହୁ, କମଳା ଭଞ, ପ୍ରଭାତି ପୃଷ୍ଟି, ଭାରତୀ ହାଁସଦାଃ, ପୁର୍ଣ୍ଣାନନ୍ଦ ପରିଡା, ବରିଷ୍ଟ କାଉନସିଲର ସୋରଜ ମହାପାତ୍ର, ନିରୋଜ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ମହେସ ଭଞଦେଓ, ଦେବାଶିଷ ପାତ୍ର, ସୁବ୍ରମନ୍ୟମ ମହାନ୍ତି, ଅବଦୁଲ ହବିବ, ସୋରଜ ସତପଥି, ପ୍ରସନ୍ନଜିତ ମହାନ୍ତି, ସୟଦ ଫିରଜୁଦ୍ଦିନ, ଗୋବିନ୍ଦ ବେହେରା, ଦୀପକ ମୁଢୁଆଳ, ବିକାଶ ବାରିକ ଙ୍କ ସମେତ ବାରିପଦା ପୌରାଞ୍ଚଳର ବିଜେଡି ୱାର୍ଡ କମିଟିର ସଦସ୍ୟ ବାରିପଦା ବ୍ଲକର ୧୧ ଗୋଟି ପଞ୍ଚାୟତର ସଦସ୍ୟ ଏବଂ ବଡସାହି ବ୍ଲକର ୯ଗୋଟି ପଞ୍ଚାୟତର ସଦସ୍ୟମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment