ଯାଜପୁର ସଦର, ୦୭ ।୦୩: ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତରାଜ ଦିବସକୁ ବାଲିକ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିନ୍ଦୁ ପାଲଟିଚି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତିକୁ ଅବମାନନା କରାଯାଇଥିବା ବେଳେ, ଯାହାକି ପଂଚାୟତରାଜ ଦିବସରେ ରାଜ୍ୟସରକାର ଛୁଟିକୁ ବାତିଲ କରିଥିବା ବେଳେ, ହଜାର ହଜାର ବିଜୁ ପ୍ରେମୀ ଏକାଠି ହୋଇ ଯାଜପୁର ବିଜୁବାବୁଙ୍କ ବୃହତ ପ୍ରତିମୃର୍ତ୍ତି ଗଠନ କରାଯାଇଥିବା ବେଳେ, ଏହାକୁ ମନେପକାଇବା ପାଇଁ ଯାଜପୁର ନିକଟସ୍ଥ ମହାରାଜ ଯଜାତୀ କେଶରୀ ମେଡିକାଲ ସମ୍ମୁଖରେ ୪୩ଫୂଟ ଉଚ୍ଚତା ବିଶିଷ୍ଠ ବିଜୁ ପଟ୍ଟନାୟକ ପ୍ରତିମୃର୍ତ୍ତିକୁ ଉନ୍ମୋଚନ କରାଯାଇଥିବାରୁ ବିଜୁପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଚି । ବିଜୁ ଜନତା ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ପ୍ରବାଦ ପୁରୁଷ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ଭୂମୀପୁତ୍ର ଉପାଉଧି ପାଇଥିବା ଓଡ଼ିଶା ବିକାଶ ପୁରୁଷ ବିଜୁ ପଟ୍ଟନ୍ୟାକଙ୍କ ପ୍ରତିମୃର୍ତ୍ତିରେ ବିରଷ୍ଟ ରାଜନୈତିକ ନେତା ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧା ସମୁନ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ(ବବି) ଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରଶାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତପ ଦେବ, ପ୍ରିତ୍ତିରଂଜନ ଘଡ଼ାଇ, ବିଞ୍ଝାରପୁର ବିଧାୟୀକା ବିରୋଧି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ, ପ୍ରତାପ ଜେନା, ବିଷ୍ଣୁବ୍ରତ ରାଉତରାୟ, ଦେବୀରଂଜନ, ବରୀ ବିଧାୟକ ବିଶ୍ୱରଂଜନ ମଲିକ, ସଂଜିବ ମଲିକ, ପ୍ରଣବ ବଳବନ୍ତରାୟ, ସ୍ୱରୁପ ଦାସ, ଯାଜପୁର ପୂର୍ବତନ ଏମପି ଶ୍ରମିଷ୍ଠା ସେଠୀ, ରୀତା ତରାଇ, ଯାଜପୁର ବିଧାୟୀକା ସୁଜତା ସାହୁ, ରାଜ୍ୟ ସଭାସଦସ୍ୟ ମାନସ ମଙ୍ଗରାଜ ଓ ବହୁ ବରିଷ୍ଠ ବିଧାୟକ, ଏମପି, ବିଜୁ ଜନତା ଦଲର ଆଗଧାଡ଼ିର କର୍ମି ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ତାଙ୍କ ସୁପୁତ୍ର ନିବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜୁବାବୁଙ୍କ ସ୍ୱପ୍ନକୁ ବିଜୁ କର୍ମୀମାନେ ମନେ ପକାଇଥିଲେ । ରାଜ୍ୟ ସରକାର ଯେଉଁଭଳି ଭାବରେ ବିଜୁ ପଟ୍ଟନାୟକଙ୍କୁ ଅପମାନ ଦେଇଛନ୍ତି ରାଜ୍ୟର ଜନସାଧାରଣ ତାହାର ଜବାବ ଦେବେ ବୋଲି ଚେତାବନୀ ଦେଇଥିଲେ । ପାରମ୍ପର ଯାଜପୁର ସରକିଟ ହାଉସଠାରେ ଏକତ୍ରୀତ ହୋଇ ପଦଯାତ୍ରାରେ ବାହାରୀ ବିଜୁବାବୁଙ୍କ ପ୍ରତିମୃର୍ତ୍ତି ନିକଟରେ ପହଁଞ୍ôଚଥିଲେ । ବିଜୁବାବୁ ଅମର ରହେ ପ୍ରତିଧ୍ୱନୀେ ଯାଜପୁର ସଦର ପ୍ରକମ୍ପିତ ହୋଇଉଠିଥିଲା ।
ବିଜୁ ବାବୁଙ୍କ ପ୍ରତିମୃର୍ତ୍ତି ଯାଜପୁରରେ ଉନ୍ମୋଚନ କରାଗଲା
|
March 9, 2025 |
