ବିଜୁ ପଟନାୟକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Spread the love

ଚଣ୍ଡିଖୋଲ, ୨୪/୨/୨୦ (ସନ୍ଧାନ ନିଉଜ) : ଆଗାମୀ ମାର୍ଚ୍ଚ ୫ତାରିଖରେ ପାଳନ ହେବାକୁ ଥିବା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ଅବସରରେ ଏକ ପ୍ରସ୍ତୁତି ବୈଠକ ବ୍ଳକ ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥି ଯୋଗ ଦେଇ ବିଜୁ ଜନତା ଦଳ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଯୋଜନା ଗୁଡ଼ିକର ସଫଳ ରୁପାୟନ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସ୍ତରୀୟ ଉତ୍ସବ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ । ଉକ୍ତ ବୈଠକକୁ ସଫଳ କରିବା ପାଇଁ ବିଜୁ ଜନତା ଦଳର ଜିଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, ଦଳୀୟ କର୍ମକର୍ତ୍ତା ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲିକ, ନିରଜଂନ ସେନାପତି, ଗଣେଶ୍ୱର ବରାଳ, ବିପିନ ଜେନା, ସୁମତି ବାସ୍କେ, ଯତୀନ୍ଦ୍ର ଜେନା, ସଂଜୀବ କୁମାର ସ୍ୱାଇଁ, ମିହିର ସ୍ୱାଇଁ , ଡଃ, ପବନେଶ୍ୱର ଜେନା, ଯଯାତି କେଶରୀ ରାଉତ ପ୍ରମୁଖ ଯୋଗ ଦେଇ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Related Posts

About The Author

Add Comment