ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୨୨ ୟୁନିଟ ରକ୍ତ ସଂଗ୍ରହ

Spread the love

ସୁନ୍ଦରଗଡ, ୩୦/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ବାଲିସଙ୍କରା ବ୍ଲକ ଅନ୍ତର୍ଗତ କୁରେଇ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କରୋନା ମହାମାରୀ ସମୟରେ ରକ୍ତର ସଂକଟକୁ ଦୂର କରିବା ପାଇଁ ବିଜୁ ଜନତା ଦଳ ମୋ ପରିବାର ତରଫରୁ ଜୀବନ ରକ୍ଷା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରକ୍ତ ଦାନ ଏକ ମହତ ଦାନ ବୋଲି ପ୍ରତ୍ୟେକ ଜୀବନ ବଞ୍ଚାଇବା ଦଳର ଲକ୍ଷ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ଏହି ମହତ ଉଦେଶ୍ୟକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ଓ ରାଜ୍ୟ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକଙ୍କ ସଂଯୋଜନାରେ ୨୨ ୟୁନିଟ ରକ୍ତ ସଂଗ୍ରହ କରସଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ହୃଦାନନ୍ଦ ବାରିକ ମୁଖ୍ୟ ଅତିଥିରୁପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତଘାଟନ କରିବା ସହିତ ବ୍ଲକ ବିଜେଡି ଯୁବ ସଭାପତି ରଞ୍ଜନ ସିଂ ପରିଚାଳନା କରିଥିଲେ ।

Related Posts

About The Author

Add Comment