ବିଜୁ ଜନତା ଦଳ ଟାଙ୍ଗରପାଲି ର ବ୍ଲକ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ଦଳରୁ ଇସ୍ତଫା

Spread the love

ସୁନ୍ଦରଗଡ ,୧୨/୦୨/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ) ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ର ପୁରୁଣା ବିଜେଡି ନେତା ଶ୍ରୀଯୁକ୍ତ “ସନ୍ତୋଷ କୁମାର ଆଚାର୍ଯ୍ୟ” ଆଜି ବ୍ଲକ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି I ଶ୍ରୀ ଆଚାର୍ଯ୍ୟ ୨୦୦୫ ମସିହା ଠାରୁ ଦୀର୍ଘ ୧୬ ବର୍ଷ ଧରି ବିଜୁ ଜନତା ଦଳ ସହ ସମ୍ପୃକ୍ତ ଥିଲେ ଏବଂ ଦଳ ର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ଗୁଡିକୁ ସେ ଭଲ ଭାବରେ ତୁଲାଇ ଆସୁଥିଲେ I ସେ ସବୁ ବେଳେ ଲୋକ ମାନଙ୍କର ସୁବିଧା ଅସୁବିଧା ରେ ଠିଆ ହେଉ ଥିଲେ I ସେ ତାଙ୍କର ଇସ୍ତଫା ପତ୍ର ସୁନ୍ଦରଗଡ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଙ୍କ ପାଖକୁ ପଠାଇଥିବା ଜଣI ପଡିଛି I  ଶ୍ରୀଯୁକ୍ତ ସନ୍ତୋଷ କୁମାର ଆଚାର୍ଯ୍ୟ ୨୦୦୫ ମସିହା   ର ଉପ ନିର୍ବାଚନ ପରେ ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କ ସୁପାରିଶ ରେ ସେ ଟାଙ୍ଗରପାଲି ର ବ୍ଲକ ସଭାପତି ଭାବରେ ଦାଇତ୍ୱ ନେଇ ଥିଲେ ଏବଂ ସେହି ଦିନଠାରୁ ନିଃସ୍ୱାର୍ଥପର ଭାବରେ ସବୁ ଦାଇତ୍ୱ ତୁଲାଇ ଆସୁଥିଲେ I ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ସେ ସଦର ନିର୍ବାଚନ ମଣ୍ଡଳୀ ର କୌଣସି ବିଶିଷ୍ଟ ନେତା ପାଇଁ କାମ କରି ପାରିବେ ନାହିଁ  ଏବଂ ଏହା ମଧ୍ୟ କହିଛନ୍ତି ଯେ ସେ ସଭାପତି ପଦରୁ ଇସ୍ତଫା ଦେଲେ ମଧ୍ୟ ଦଳ ଥିବା ଯାଏ ସେ ଦଳର ଏକ ଶୃଙ୍ଖଳିତ ତଥା ସାଧାରଣ କର୍ମୀ ଭାବରେ ରହି ଦଳ ପାଇଁ କାର୍ଯ୍ୟ କରିବେ I

Related Posts

About The Author

Add Comment