ବିଜୁ ଜନତା ଦଳର ଜୋନ-୧ ର ବ୍ଲକ ଉପସଭାପତି ଙ୍କ କଂଗ୍ରେସ ରେ ଯୋଗଦାନ

Spread the love

ବୈପାରିଗୁଡା ୩ /୪ (ସନ୍ଧାନ ନିୟୁଜ) – ବିଜୁ ଜନତା ଦଳର ଜୋନ-୧ ର ବ୍ଲକ ଉପସଭାପତି ଙ୍କ କଂଗ୍ରେସ ରେ ଯୋଗଦାନ ।କୋଟପାଡ ନିର୍ବାଚନ ମଣ୍ଡଳୀ ର ରାମଗିରି ଅଞ୍ଚଳର ବିଜୁ ଜନତା ଦଳର ଜୋନ-୧ ର ବ୍ଲକ ଉପସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ପଣ୍ଡା ଓରଫ ଦିପୁ ପଣ୍ଡା ବିଜେଡି ଛାଡି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।କୋରାପୁଟ ଜିଲ୍ଲାର କୋଟପାଡ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝୀ ଙ୍କ ଉପରେ ଆଶା ପ୍ରକଟ କରି ଶ୍ରୀ ପଣ୍ଡା କଂଗ୍ରେସ ରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି ।ଏହି ଯୋଗ ଦାନ ପରେ ବୈପାରିଗୁଡା କଂଗ୍ରେସ ଭବନରେ ଉତ୍ସାହ ର ଲହରୀ ଖେଳିଯାଇଛି ।ଏହା ପରେ ପରେ ଶ୍ରୀ ପଣ୍ଡା ଙ୍କୁ ଦଳୀୟ କର୍ମୀ ମିଠା ଖୁଆଇ ସ୍ୱାଗତ ଏବଂ ସମ୍ବର୍ଦ୍ଧନା କରିଥିଲେ ।ଚଳିତ ନିର୍ବାଚନ ରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ଙ୍କୁ ବିଜୟ କରାଇବାରେ ଶ୍ରୀ ପଣ୍ଡା ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଦଳୀୟ କର୍ମୀ ମାନେ ପ୍ରକାଶ କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ କୋଟପାଡ ନିର୍ବାଚନ ମଣ୍ଡଳୀ ର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝୀ,ବୈପାରିଗୁଡା ବ୍ଲକ ର ଜୋନ-୧ ସଭାପତି ଶ୍ରୀଯୁକ୍ତ ବିଭୁ ପଣ୍ଡା,ପି.ରମେଶ ପାତ୍ର, ଜଗନ୍ନାଥ ବିଷୋୟୀ, ସତ୍ୟ ନାରାୟଣ ମହାନ୍ତି, ବିବେକାନନ୍ଦ ମହାନ୍ତି, ପ୍ରଭୁନନ୍ଦ ମୁଦୁଲି, ବାଲାଜି ରାଓ, ମହେନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment