ଭୁବନେଶ୍ୱର, ୨୬/୧୨ (ସନ୍ଧାନ ନିୟୁଜ): ବିଜୁ ଜନତାଦଳ ଏକ ରାଜନୈତିକ ଦଳ ନୁହେଁ ଏହା ହେଉଛି ଏକ ଆନ୍ଦୋଳନ। ମୋ ବିନା ମଧ୍ୟ ଦଳ ଚାଲିପାରିବ। ଏହା କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ବିଜେଡି ରାଜ୍ୟ କାର୍ଯ୍ୟ।ଲୟରେ ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଉଦବୋଧନ ନବୀନ କହିଛନ୍ତି ନିର୍ବାଚନରେ ଜିତିବା ଆମର ଲକ୍ଷ୍ୟ ନୁହେଁ, ଲୋକଙ୍କ ବିକାଶ ଆମର ଲକ୍ଷ୍ୟ। ସାଢ଼େ ୪ କୋଟି ଭାଇଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ସାଧୁତାର ସହ ପାଳନ କରିଆସୁଛୁ। ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ। ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି। ନବୀନ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମନେ ପକାଇ କହିଲେ ଗାନ୍ଧିଜୀଙ୍କୁ ସେବା ମନୋଭାବର ବିକାଶ ଓ ଆଦର୍ଶ ପାଇଁ ସମସ୍ତେ ଜାଣନ୍ତି। ଓଡିଶାବାସୀଙ୍କ ସେବା ଓ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ଏକ ଆନ୍ଦୋଳନ ଆଣିଛି। ଏହି ଆନ୍ଦୋଳନ ଆଗକୁ ବି ଜାରି ରହିବ।
ବିଜୁ ଜନତାଦଳ ଏକ ରାଜନୈତିକ ଦଳ ନୁହେଁ ଏକ ଆନ୍ଦୋଳନ : ନବୀନ
|
December 27, 2019 |
ସେହିପରି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦଳର ମୁଖିଆ ନବୀନ ବାବୁ ପ୍ରସ୍ତାବ ଦେଇଛନ୍ତି। ଜଣେ ଉଦାର ଓ ବିଶାଳ ଦୃଦୟ ସଂପନ୍ନ ନବୀନ ଓଡ଼ିଆ ମା’ ଓ ଭଉଣୀଙ୍କୁ ଭଲ ପାଆନ୍ତି। ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଉଛନ୍ତି। ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ନବୀନ ସଂକଳ୍ପ ନେଇଥିବା ବେଳେ ଆମେ ସମସ୍ତେ ଏକାଠି ହୋଇ କାମ କଲେ ଓଡ଼ିଶା ଅଗ୍ରସର ହେବ।