ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା :ଜଣେ ମୃତ

Spread the love
ରାଜଗାଙ୍ଗପୁର, ୨୧/୦୬/୨୦ (ସନ୍ଧାନ ନିଉଜ) :  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଂନମୁରୁ ଛକ ନିକଟସ୍ଥ ରାଜ୍ୟ ରାଜପଥ ୧୦ ବିଜୁ ଏକ୍ସପ୍ରେସ ୱେ ରେ ଆଜି ସକାଳ ୯.୩0 ମିନିଟ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ଏକ ବାଇକରେ ଯାଉଥିବା ଦୁଇ ଆରୋହି ରାସ୍ତାରେ କୌଣସି କାରଣରୁ ତଳେ ପଡିଯାଇଥିଲେ ଏହି ସମୟରେ ପଛପଟୁ ଆସୁଥିବା ଏକ ମଲ୍ଟି ଏକ୍ସେଲ ଟ୍ରକ ଓଡ଼ି ୧୬ଜି ୫୬୬୯ ମାଲ ବୋଝେଇ ଟ୍ରକଟି ହଠାତ ବ୍ରେକ ମାରିବା ଯୋଗୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଏବଂ ଦୁର୍ଭାଗ୍ୟ ବଶତଃ ମୋଟର ସାଇକେଲ ର ଜଣେ ଆରୋହୀ ଅମିତ ମାଝୀ(୧୩) ଙ୍କ ଉପରେ ଟ୍ରକ ଡାଲା ଟି ପଡି ଯାଇଥିଲା ବେଳେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ସାଥି ଆରୋହି ବିପିନ ମାଝୀ (୨୩)ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି । ମୃତକଙ୍କ ପରିଚୟ ବଡ଼ଗାଁ ପାମରା ର କାଂଶପଡା ଅଞ୍ଚଳର ବୋଲି ଜଣା ପଡିଛି ।

Related Posts

About The Author

Add Comment