ବିଜୁଳି ଆଲୁଅରୁ ବଞ୍ଚିତ ବିପିଏଲ୍‌ ପରିବାର

Spread the love

ବାରିପଦା ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-  ସହରରେ ବିଦ୍ୟୁତ ମରାମତି ଡାଳ କଟା ନାମରେ ବିଭିନ୍ନ ସମୟରେ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସହରରେ ବହୁ ସ୍ଥାନରେ ଏବେବି କେଉଁଠି ବିଦ୍ୟୁତ ଖୁଣ୍ଟି ବା ଟ୍ରାନ୍ସଫର୍ମର ଉପରେ ଲଟା ମାଡ଼ି ଗଲାଣି ତ କେଉଁଠି ଜନଗହଳି ସ୍ଥାନରେ ମଧ୍ୟ ନିୟମ ମୁତାବକ ଟ୍ରାନ୍ସଫର୍ମର ବାରିକେଟ ନିର୍ମାଣ କରାଯାଇ ନାହିଁ । ଅନେକ ସ୍ଥାନରେ ବହୁ ପୁରୁଣା ବିଦ୍ୟୁତ ଖୁଣ୍ଟିଗୁଡିକ ନଷ୍ଟ ହୋଇଯାଇଥିଲେ ମଧ୍ୟ ବଦଳ କରାନଯିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବାରିପଦାର ଚିପଟଅସ୍ତିଆ ଠାରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଉପରକୁ ଲଟା ମାଡ଼ିଯାଇ ଏହା ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ରାସ୍ତା କଡରେ ଏହି ଟ୍ରାନ୍ସଫର୍ମର ଥିଲେ ମଧ୍ୟ ସୁରକ୍ଷା ପାଇଁ କୌଣସି ବାରିକେଟ ନିର୍ମାଣ କରାଯାଇନାହିଁ । ରାଜୀବ ଜ୍ୟୋତି ଯୋଜନାରେ ସମସ୍ତ ବିପିଏଲ ପରିବାରକୁ ବିଜୁଳି ଯୋଗାଇ ଦେବା ପାଇଁ ସରକାର ଯୋଜନା କରି ଏହି ଗ୍ରାମରେ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି ହେଲେ ଦୀର୍ଘଦିନ ହେବ ଏହି ଗ୍ରାମର ଦୁଖୁଆ ଦେହୁରୀଙ୍କ ଘର ପାଖରେ ଇଲେକ୍ତି ପୋଲ ପଡିଥିଲେ ମଧ୍ୟ ଖୁଣ୍ଟି ପୋତା ଯାଉନି କି ବିଦ୍ୟୁତ ସଂଯୋଗ ହେଉନି । ଏଣୁ ବିଜୁଳି ଆଲୁଅରୁ ଏବେବି ବଂଚିତ ଅଛନ୍ତି ତାଙ୍କ ପରିବାର । ଏ ବାବଦରେ ଗ୍ରାମବାସୀ ବିଭାଗୀୟ ଅଧୁକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାର କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବାବଦରେ ଧ୍ୟାନ ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

Related Posts

About The Author

Add Comment