ବିଜୁଏକ୍ସପ୍ରେସ ରାସ୍ତାରେ ସଡ଼କ ଦୁର୍ଘଟଣା , ଗୁରୁତର ଅବସ୍ଥାରେ ଚାଳକ ଉଦ୍ଧାର

Spread the love

ସୁନ୍ଦରଗଡ ତା:୧/୩/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ସଦର ଥାନା ଅନ୍ତର୍ଗତ ଜଗତଗଡ଼ ବିଜୁ ଏକ୍ସପ୍ରେସ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁନ୍ଦରଗଡ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ବାଇକ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟିହୋଇଥିଲା ।ଫଳରେ ବାଇକ ସମ୍ପୂର୍ଣ ରୂପେ ନଷ୍ଟ ହେବା ସହିତ ବାଇକରେ ଥିବା ଦୁଇଜଣ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ବାଇକ ଚାଳକ ଝାରଖଣ୍ଡ ରାଜ୍ୟର ବୋଲି ସୁତ୍ରରୁ ପ୍ରକାଶ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Related Posts

About The Author

Add Comment