ବିଜାତଳା – ସାରସକଣା ବକ୍ଲ ସଂଯୋଗ ବାଟ ଫିଟିଲା !

Spread the love

ବାରିପଦା ୮/୮/୨୦(ଲିଙ୍ଗରାଜ ପଣ୍ଡା):-  ବହୁ ପ୍ରତୀକ୍ଷିତ ବିଜାତଳା ଓ ସାରସକଣା ବ୍ଲକ ସଂଯୋଗ ପାଇଁ ଭେଳିଡିହି ଠାରୁ ଶଙ୍ଖାଭଙ୍ଗା ରାସ୍ତା ନିର୍ମାଣ ଦାର୍ଘ ବର୍ଷ ପରେ କାଟ ଫିଟିଛି । ବିଜାତଳା ବ୍ଲକ ସରିଗଜା ଫଚାୟତର ଭେଳିଡିହି ଯାଏ ଏକ ସାରସକଣା ବୁକର ଭଙ୍ଗା ଫଚାୟତି ଯାଏ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇ ସାରିଛି । ମଝିରେ ହାରିଶୁଣୀ ଘାଟିର ପ୍ରାୟ ୧ କିଲୋମିଟର ରାସ୍ତା ନିର୍ମାଣ ହୋଇ ପାରୁନଥିବାରୁ ରାସ୍ତାଟି ବ୍ୟବହାର ଅନୁପଯୁକ୍ତ ହୋଇ ପଡିଥିଲା । ଅବଶ୍ୟ ପଦଚାରୀ, ସାଇକେଲ ଆରୋହୀ, ଗୋରୁ ବେପାରୀମାନେ ଏହି ରାସ୍ତାଟିକୁ ନିୟମିତ ବ୍ୟବହାର କରନ୍ତି । ଏହି ରାସ୍ତାଟି ହେଲେ ଦୁଇ ବ୍ଲକ ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ମାଧ୍ୟମ ବୃଦ୍ଧି ହେବା ସହିତ ବାମନଘାଟି ଉପଖଣ୍ଡର ମଧ୍ୟ ସାରସକଣା ସହିତ ସିଧାସଳଖ ସଂଯୋଗ ରହିବ । ଭକ୍ତ ରାସ୍ତା ଦେଇ ସାରସକଣାକୁ ବାଟ ମୁଖ୍ୟରାସ୍ତା ଠାରୁ ପ୍ରାୟ ୪୦ କିଲୋମିଟର କମିଯିବ । ସେହିପରି ଏହି ରାସ୍ତା ଦେଇ । ବାରିପଦା ପାଇଁ ମଧ୍ୟ ବହୁ ରାସ୍ତା କମିଯିବା ସହିତ ମୁଖ୍ୟରାସ୍ତାର ବାଙ୍ଗିରିପୋଷି ଘାଟି ଛାପ ଭଳି ସମସ୍ୟା ହେଲେ ବିକାଳ ରାସ୍ତାଭାବେ ବାମନଘାଟି ଉପଖଣ୍ଡ ଲୋକେ । । ବିଶେଷ ଉପକୃତ ହେବେ । ଏହି ରାସ୍ତା ତଳେ କୁକୁତାଅଶା ଦେଇ ବାଙ୍ଗିରିପୋଷି-ଗୋରୁମହିଶାଣୀ ରେଳପଥ ସଂଯୋଗ ପାଇଁ ସର୍ଭେ ସରିଛି ।  ଗତ ୧ ତାରିଖରେ ମୟୁରଭଞ୍ଜ ସଦର ଜିଲା ବିଜେଡି ସଭାପତି କାଶୀନାଥ ହେମୁମ ଦଳୀୟ ପ୍ରତିନି ଦଳ ସହିତ । ଏହି ରାସ୍ତା ଦେଖୁ ଭେଳିଡିହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କ ପ୍ରତିଶ୍ରୁତି ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଜିଲା ସଭାପତି ଶ୍ରୀ ହେମ୍ବ୍ରମଙ୍କ ସମେତ ବାମଳଗାଟି ଉପଳିଲାପାଳ ତଥା ଭାରପ୍ରାପ୍ତ ପିଏ ଆଇଟିକିଏ ଧର୍ମାନନ୍ଦ ବେହେରା, ଆଇଟିଡ଼ିଏ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ଓଝା ଗୀଭା ପରିଦର୍ଶନରେ ଆସିଥିଲେ । ରାସ୍ତାର ବିଭିନ୍ନ ପାର୍ଶ୍ବ ଦେଖ୍ ଡିଏମଏଫ ଫଣ୍ଡରୁ ଏହି ରାସ୍ତା ନିର୍ମାଣ ପ୍ରସ୍ତାବ ଦିଆଯିବ ଏବଂ ଜିଲାପାଳଙ୍କ ସହିତ ଆଲୋଚନା କରି ଆବଶ୍ୟକସ୍ଥଳେ ଜିଲାପାଳଙ୍କୁ ମଧ୍ୟ ରାସ୍ତା ଦେବା ପାଇଁ ଅନୁରୋଧ କରିବେ ବୋଲି ଉପଜିଲାପାଳ ଶ୍ରୀ ବେହେରା କହିଥିଲେ । ସେହିପରି ଜିଲାସଭାପତି ଶ୍ରୀ ହେମ୍ବ୍ରମ ମଧ୍ୟ ବ୍ୟକ୍ତିଗତ ଭାବେ ଜିଲାପକଙ୍କ ଦୃଷ୍ଟି ଆକର୍ଷ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶୀଘ୍ର ବିଭାଗୀୟ ମନ୍ତ୍ରୀମାନେ ଏଠାକୁ ଆସି ରାସ୍ତାର ନକ୍ସା ଓ ଅଟକଳ ମୂଲ୍ୟ ନିର୍ଦ୍ଦିରଣ ଥିଲେ ଗ୍ରାମବାସୀଙ୍କ ମଧ୍ୟରେ ଓ୍ବାର୍ଡ ସଭ୍ୟ ମୁନିରାମ ମୁର୍ମୁ ସୁଦର୍ଶନ  ମୁଣ୍ଡା, ଶ୍ୟାମ ମୁଣ୍ଡାରୀ, ସୁଧାର ମୁମ୍ ଫଗୁରାମ  ମୁର୍ମୁ , ଉଷାକର ମୁଣ୍ଡା,ଲକ୍ଷ୍ମଣ ମୁର୍ମୁ ରାମଚନ୍ଦ୍ର ଗୈରାଙ୍ଗ ରାଜ ,କମଲ ଦାସ,ବିଶ୍ବରଞ୍ଜନ ପ୍ରହରାଜ,ସୁନିଲ କୁମାର ସିଂ,ମୋତିଲାଲ ସିଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ସରଗଡାରେ ମୟୁରଭଞ୍ଜ ପ୍ରଥମ ନକ୍ସଲ ହମଲା (ଫରେଷ୍ଟର ହତ୍ୟା) ହୋଇଥିଲା । ଅପହଞ୍ଚ ଅଗମ୍ୟ ତଥା ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ପାଇଁ ଉକ୍ତ ରାସ୍ତାଟି ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନର ଦାବି ପରେ ନେତାଙ୍କ ସମେତ ଉପଖଣ୍ଡ ପ୍ରଶାସନ ପହଞ୍ଚି ରାସ୍ତା ନିର୍ମାଣ ପାଇଁ ସକରାତ୍ମକ ମନୋଭାବ ପୋଷଣ କରିବା ପରେ ସ୍ଥାନୀୟ ଲୋକେ ବେଶ ଆଶ୍ବସ୍ତ ହୋଇଥିବା ଦେଖା ଯାଇଛି । ଉପଜିଲ୍ଲାପାଳ ଶ୍ରୀ ବେହେରା ଏହି ବ୍ଲକରେ ପୂର୍ବରୁ ବିଡ଼ିଓ ଥିବା ବେଳେ ତାଙ୍କ ସମୟରେ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ ବେଳେ ଏବେ ସେ ପୂର୍ଣ୍ଣାଙ୍ଗ କରିବେ ସ୍ଥାନୀୟ ଲୋକେ ବେଶ ଅଶାବାଦୀ ।

Related Posts

About The Author

Add Comment