ବିଛାଖଣ୍ଡି ପଥର ଖାଦନରେ ଚଢ଼ାଉ ,ମେସିନି ସହ ଜଣେ ଗିରଫ୍

Spread the love

ଧର୍ମଶାଳା,୧୭/୯ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ତହସିଲି ପକ୍ଷରୁ ବେଆଇନ ଖାଦାନ ଉପରେ୧୪୪ଧାରା ଜାରି କରାଯାଇଥିବା ବେଳେ ଏହାକୁ ବେଖାତିରି କରି ଜଣେ ପଥର ମାଫିଆ ପୋଲିସ ହାତରେ ଧରାପଡିଛି ।ଗିରଫ ହୋଇଥିବା ପଥର ମାଫିଆ ହେଲେ ତାଳଜଙ୍ଗ ଗ୍ରାମର ଅମୁଲ୍ୟ ମଲିକ ।ସୂଚନା ଅନୁଯାୟୀ ବିଛାଖଣ୍ଡି ପାହାଡ଼ରେ ରବିବାର ବେଆଇନ ଖନନ ହୋଉଥିବା ଖବର ପାଇ ଜେନାପୁର ପୁଲିସ ସେଠାରେ ଚଢ଼ାଉ କରି ଗୋଟିଏ କମ୍ପ୍ରେସର ଓ ଗୋଟିଏ ଟ୍ରାକ୍ଟର ସହ ଅମୁଲ୍ୟକୁ ଗିରଫ କରିଥିଲା ।ପୁଲିସକୁ ଦେଖି ବେଆଇନ ଭାବେ ଖନନ କରୁଥିବା ଅନ୍ୟ ମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ।ସୂଚନାଯୋଗ୍ୟ ଯେ ଏହି ତହସିଲି ଅଧୀନରେ ନିଲାମ ହୋଇଥିବା୧୫ଟି କଳାପଥର ଖାଦନରେ ମାଫିଆମାନେ ବେଆଇନ ଭାବେ ଖନନ କରି ଲୁଟି ଚାଲିଥିଲେ।ଏହା ଉପରେ ରୋକ ଲଗାଇବା ପାଇଁ ଗତ୧୧ତାରିଖରେ ଧର୍ମଶାଳା ତହସିଲି ପକ୍ଷରୁ ବେଆଇନ ଭାବେ ଖନନ କରାଯାଉଥିବା।ବିଛାଖଣ୍ଡି, ଅଞ୍ଜିରା୧,ଅଞ୍ଜିରା୨,କୁସୁନୁପୁରୁ, ସାହାଣୀଡିହ ଆଦି ପାଞ୍ଚ ଟି କଳାପଥର ଖାଦାନରେ ୧୪୪ ଧାରା ଜାରି କରାଯାଇଥିଲା।ମାତ୍ର୧୪୪ ଧାରା ଜାରି ସତ୍ତ୍ୱେ ପଥର ମାଫିଆ ମାନେ ଏଥିପ୍ରତି ଭୁକ୍ଷେପ ନକରି ବେଧଡ଼କ ଭାବେ ଖନନ କରି ଅନ୍ୟତ୍ର ଚାଲାଣ କରୁଛନ୍ତି।ଗିରଫ ଅଭିଯୁକ୍ତ କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ।

Related Posts

About The Author

Add Comment