ଜେନାପୁର, (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ସହସ୍ରାଧିକ ଗ୍ରାହକଙ୍କୁ ସେବା ଯୋଗଇବାକୁ ତିଆରି ହୋଇଥିବା ଏୟାରଟେଲ ଟାୱାର ଏବେ ସେବା ଯୋଗଇବାରେ ବିଫଳ ହୋଇଛି । ଯାଜପୁର ଜିଲାର ଏଣ୍ଡଳବା ପଂଚାୟତ ଓ ରେଖିଦେଇପୁର ପଂଚାୟକୁ ଏୟାରଟେଲ ଟେଲି ସେବା ପ୍ରଦାନକରୀ କମ୍ପାନୀ ପାଖାପାଖି ୪୦୦୦ରୁ ଅଧିକ ଗ୍ରାହକୁଙ୍କୁ ମୋବାଇଲ ସେବା ଯୋଗଇ ଦେଇ ଆସୁଛି । ଏଥି ନିମନ୍ତେ ସିମାନ୍ତ ଢେଙ୍କାନାଳ ଜିଲା ପାଟପୁରଠାରେ ଏକ ଟାୱାର ବସାଯାଇଛି । ଯାଜପୁର ଜିଲାକୁ ସେବା ଯୋଗାଇବାକୁ ତିଆରି ହୋଇଥିବା ଟାୱାର ନିକଟସ୍ଥ ପାଟପୁରରେ ବସାଯାଇଛି । ଯାଜପୁର ସହିତ ସୀମାନ୍ତ ଢେଙ୍କାନାଳ ଜିଲାର କିଛି ଅଂଚଳକୁ ଏହି ଟାୱାର ସେବା ଯୋଗାଇ ଦେଉଛି । ଏହି କିଛି ଦିନ ହେବ ଏହି ଟାୱାର ଭଲ ଭାବରେ କାର୍ଯ୍ୟକ୍ଷମ ହୋଇ ପାରିନଥିବା ଅଭିଯୋଗ ହୋଇଛି । ଏହି ଟାୱାର ଉପରେ ନିର୍ଭର କରୁଥିବା ଗ୍ରାହକ ମାନଙ୍କ ଅଭିଯୋଗ ଅନୁଯାଇ ଗୋଟିଏ ଟାୱାର ଉପରେ ବହୁ ସଂଖ୍ୟରେ ଗ୍ରାହକ ନିର୍ଭର କରି ନେଟ ଚଳାଉଥିବାରୁ ଏହା ଏବେ ଅତ୍ୟନ୍ତ ସ୍ଲୋ ଭାବରେ ଚାଲୁଛି । ଏ ପରିକି ଘର ଭିତରକୁ ନେଟୱାର୍କ ଆସୁନାହିଁ । ଫଳରେ ଅନେକ ସମୟରେ କଥା ହେଉଥିବା ସମୟରେ ଫୋନ ସଂଯୋଗ କଟିଯାଉଛି । ଏ ନେଇ ଅନେକ ଥର କମ୍ପାନୀ କର୍ତ୍ତୂ ପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କରୋନାର ଭୟାବହତା ମଧ୍ୟରେ ଲୋକମାନେ ଗତ କରୁଥିବା ବେଳେ ମୋବାଇଲ ଜରିଆରେ ଅନେକ ସଚେତନତାର ବାର୍ତ୍ତା ଓ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ହାସଲ କରାଯାଇପାରୁଛି । ଏଠାରେ ଏହି ସେବା ରେ ବ୍ୟାହତ ସୃଷ୍ଟି ହେଉଥିବାରୁ କମ୍ପାନୀ ତୁରନ୍ତ ଏହି ଟାୱାର କିପରି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ଗ୍ରାହକ ମାନେ ଦାବି କରିଛନ୍ତି ।
ବିଛାଖଣ୍ଡି ଅଞ୍ଚଳରେ ସଠିକ ସେବା ସେବା ଯୋଗାଇବାରେ ଏୟାରଟେଲ ବିଫଳ
|
April 7, 2020 |



