ବିଚାଖଣ୍ଡି ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

Spread the love

ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁରଜିଲ୍ଲା ଧର୍ମଶାଳାବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ ବିଛାଖଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୌପ୍ୟଜୟନ୍ତୀସମାରୋହ ଶନିବାର ଅପରାହ୍ନରେ ଯାଜପୁର ସାଂସଦ ରୀତା ତରାଇଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପୂର୍ବକ ଉଦୁଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ କୁଶଚନ୍ଦ୍ରପ୍ରଧାନଙ୍କ ସଭାପତିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେଯୋଗ ଦେଇଥିବା ଶ୍ରୀମତୀ ତରାଇ ଛାତ୍ର ଜୀବନରେ ପାରସ୍ପରିକ ସହଯୋଗ ରକ୍ଷା କରିବା ସଙ୍ଗେ ସଙ୍ଗେ ମନଧ୍ୟାନ ଦେଇପାଠପଢିଲେ ଅଂଚଳର କଳା ସଂସ୍କୃତି ଐତିହ ଓ ପରମ୍ପରାକୁ ଲୋକଲୋଚନକୁ ଆଣିପାରିବାରେ ସକ୍ଷମ ହୋଇପାରିବ ଏବଂ ଉଚିତ ଶିକ୍ଷା ଲାଭକଲେ ଓ ସର୍ବଦା ବଡ଼ ସ୍ୱପ୍ନ ଦେଖି ଏହାକୁ ସତ ପତିସତ ସାକାର କରିବାକୁ ଚେଷ୍ଟାକଲେ ଜଣେ ଭଲ ମଣିଷ  ହୋଇପାରିବବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦୁବୋଧନ ଦେଇଥିଲେ । ସନମାନିୟ ଅତିଥିଭାବେ ୧୧ନମ୍ବର ଯୋନର ଜିଲ୍ଲା ପରିଷଦସଭ୍ୟ ସୁରେଖା ନାୟକ ସ୍ଥାନୀୟ ସରପଞ୍ଚ ଅନୁକୂଳି ସାମଲ ଓ ଅନ୍ୟତମ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିଷ୍ଠାତା ସଭାପତି ଅନିରୁଧ ସାହୁ ଶିକ୍ଷା ବିତ କରୁଣାକରସାହୁ ହରିହର ବେହେରା ପୁରାତନ ଛାତ୍ର ସଂସଦର ସଭାପତି ମାନସ ରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁନେଇ ଶିକ୍ଷାଅନୁଷ୍ଠାନ ଗର୍ବିତ ହୋଇଥାଏବୋଲି ମତ ବ୍ୟକ୍ତ କରିଥିଲେ ଏଥିରେ ଧବଳେଶ୍ବର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟ ସ୍ତରୀୟ ତର୍କ ସାଧାରଣଜ୍ଞାନ ସଙ୍ଗୀତ ଓ ନୁର୍ତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କଦ୍ଵାର ସ୍ୱାଗତ ସଙ୍ଗୀତ ଓ ନୁର୍ତ୍ୟ ପରିବେଷିତ ହୋଇଥିଲା । ବିଶେସକରି ସଭା ପୂର୍ବରୁ ସହିଦ ହୋଇଥିବା ଜବାନ ମାନଙ୍କ ସ୍ମୁତି ଉଦ୍ଧେଶ୍ୟରେ ଦୁଇମିନିଟ ସମୁହ ନିରବ ପ୍ରାଥନା କରାଯାଇଥିଲା ସନ୍ଧ୍ୟାରେ ରଙ୍ଗା ରଙ୍ଗ ମେଲୋଡି କାର୍ଯ୍ୟକ୍ରମ ହୃଦୟ ସ୍ପର୍ଶହୋଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦପକ୍ଷରୁ ପରିଚାଳନା କରାଯାଇଥିଲା।

Related Posts

About The Author

Add Comment