ବିଏସ୍ଏନ୍ଏଲ୍ କାଜୁଆଲ କର୍ମଚାରୀ କାର୍ୟ୍ୟବନ୍ଦ ପ୍ରତିବାଦ: ଶ୍ରମିକ ମାନଙ୍କର ଧାରଣା ଜାରି

Spread the love

ବାରିପଦା, ୧୦/୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)- ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍ ଏନ୍ ଏଫ୍) ର କାଜୁଆଲ କର୍ମଚାରୀଙ୍କ କାର୍ୟ୍ୟବନ୍ଦ ବିରୋଧରେ ଶ୍ରମିକ ମାନଙ୍କ ପକ୍ଷରୁ ଟିଡିଏମ୍ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବିଏସ ଏନଏଲର ନିଜସ୍ଵ କର୍ମଚାରୀ ନ ଥିବାରୁ ଠିକା କର୍ମଚାରୀ ମାନେ ସମସ୍ତ ମରାମତି, କେବୁଲ ଯୋଡିବା, ବ୍ରଡବ୍ୟାଣ୍ଡ ସଂଯୋଗ , ନିଜ ଲାଇନ ଠିକ କରିବା, ପିଲର କେବିନେଟର, ଟେଲିଫୋନ ନଂ ଠିକ କରିବା ସମେତ ନୂଆ ନୂଆ ସଂଯୋଗ କରିବା ଆଦି କାମକୁ ୨୫ ବର୍ଷ ଧରି ଜିଲ୍ଲାର ବିଭନ୍ନ ସବ୍ଡିଭିଜନରେ ୧୦୮ଜଣ ଠିକା ଶ୍ରମିକ କରିଆସୁଥିଲେ ମଧ୍ୟ ଦୁଇ ବର୍ଷ ଧରି ଶ୍ରମିକ ମାନଙ୍କୁ ନିୟମିତ ଭାବେ ମାସକୁ ମାସ ଦରମା ମାଳିନାହିଁ । ବିଏସ୍ଏନଏଲ୍ ପରି ଅତ୍ୟାବଶ୍ୟକ ସଂସ୍ଥାରେ ଶ୍ରମିକ ମାନଙ୍କର ୧୨ମାସ ଦରମା ବାକି ଥିବା ବେଳେ ଲକ୍ ଡାଉନରେ ଧାର ଉଧାର କରି ଶ୍ରମିକ ମାନେ ପରିବାର ଚଳାଇ ସଂସ୍ଥାରେ କାମ କରିଆସୁଛନ୍ତି । ଜୁଲାଇ ୧ ତାରିଖରେ ଦୈନିକ ୧୦୦ଟଙ୍କା ମଜୁରିରେ ଶ୍ରମିକ ମାନେ କାମ କରିବାକୁ ସମସ୍ତ ସବ୍ ଡିଭିଜନର ଏସଡିଓ ମାନେ ଆଦେଶ ଜାରି କରିଛନ୍ତି। ଲକ୍ ଡାଉନ୍ ସମୟରେ କାହାରି ଚାକିରି ଯିବ ନାହିଁ କିମ୍ବା ଦରମା ନ କାଟିବାକୁ କେନ୍ଦ୍ରସରକାର ନିୟମ କରିଥିବା ବେଳେ ବିଏସ୍ଏନଲ୍ ପରି ସଂସ୍ଥା କିପରି ୧୦୦ ଟଙ୍କା ମଜୁରିରେ ଶ୍ରମିକଙ୍କୁ କାର୍ୟ୍ୟ କରେଇବାକୁ ଅଣ୍ଟା ଭିଡିଛନ୍ତି ସେଥିପାଇଁ ଶ୍ରମିକ ମାନେ ପ୍ରତିବାଦ କରି ଟିଡିଏମ ଅଫିସ ସମ୍ମୁଖରେ ଧାରଣା ଦେଇଥିଲ । ଗତ ଜୁଲାଇ ୧ରୁ ବାରିପଦା, ବେତନଟୀ,ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆ ସବ୍ ଡିଭିଜନରେଦ ଧାରଣା ଚାଲୁ ରହିଛି। ପ୍ରତ୍ୟେକ ଦିନ ମରାମତି ଓ ରକ୍ଷଣା ବେକ୍ଷଣ ନହେଲେ ବିଏସଏନଏଲ ସେବା ବ୍ୟାହତ ହେବାର ସମ୍ଭାବନା ରହିଥିଲେ ମଧ୍ୟ ସଂସ୍ଥା ତରଫରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାର ସ୍ଥାୟୀ ସମାଧାନ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସଂଘର ଧାରଣା ସଂପାଦକ କ୍ଷିତିଶ ସାସମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଧାରଣାରେ ୟୁନିୟନର ସଭାପତି ରବି ଗୋସ୍ବାମୀ , ଶରତ ଚନ୍ଦ୍ର ମହାନ୍ତ, ଅନିଲ କୁମାର ମହାନ୍ତ , ଶ୍ରୀନିବାସ ନାୟକ, ରଘୁନାଥ ମହାନ୍ତ ଏସ କେ କାସେହ ରାଏ, ଡମ୍ବରୁଧର ମହନ୍ତ, ସଞ୍ଜୟ କୁମାର ବେହେରା,ବନରାଏ ସିଂ, ମନୋରଞ୍ଜନ ମହାନ୍ତ,ଏସ କେ ଏମଡି ରିଜୁଆନ୍, ନରେଶ ଚନ୍ଦ୍ର ମହାନ୍ତ,ମିଗ୍ରେଲ ଲାଲ୍ ମହାନ୍ତ, ରବିନ୍ଦ୍ରନାଥ ସିଂ,କମଳଲୋଚନ ମହାନ୍ତ, ସଞ୍ଜୟ କୁମାର ସେଠୀ, ଗୈାରାଙ୍ଗ ବାରିକ,ଜଳେନ୍ଦ୍ର ନାଥ ମହାନ୍ତ, ଜଗନ୍ନାଥ ସିଂ ପ୍ରମୁଖଙ୍କ ସମେତ ବିଭିନ୍ନ ସବଡିଭିଜନର ଶତାଧିକ ସଦସ୍ୟ ଧାରଣାରେ ବସିଥିଲେ ।

Related Posts

About The Author

Add Comment