ବୈପାରିଗୁଡା ନିଯୁକ୍ତି ପାଇ ବହୁ ଦୂରଦୂରାନ୍ତରୁ ଶିକ୍ଷକ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ କୁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଶିକ୍ଷକ ଦୁର୍ଗମ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ।ସ୍ୱଳ୍ପ ଦରମା ସ୍ୱତେ ମାଓ ପ୍ରବଣ ଅଞ୍ଚଳରେ କାମ କରୁଥିବା ବେଳେ ଠିକ ସମୟରେ ଦରମା ମିଳୁନଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ ।ଏମିତି କିଛି ସମସ୍ୟା ନେଇ ଶିକ୍ଷକ ବୈପାରିଗୁଡା ବିଇଓ ଙ୍କୁ ଭେଟିବା ପାଇଁ ଯାଇଥିଲେ ।ନିୟମିତ ଦରମା ମିଳୁନଥିବା ମଧ୍ୟ ଜଣାଇଥିଲେ କିନ୍ତୁ ସମସ୍ୟା ର ସମାଧାନ କରିବା ପରିବର୍ତ୍ତେ ବିଇଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି ।ଏମିତି କି ବିଇଓ ଙ୍କ ସହ ଆଲୋଚନା କରିଥିବା ସମୟର ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ ଭିଡ଼ିଓ ରେ ଶିକ୍ଷକ ମାନେ ଦରମା କରିଦିଅନ୍ତୁ ବୋଲି ଅନୁରୋଧ କହୁଥିବା ବେଳେ ଅନ୍ୟ ପଟେ ବିଇଓ ଯେତେବେଳେ ଦରମା ହେବା କଥା ହେବ ।ଯଦି ଇଛା ଅଛି କାମ କର ନଚେତ ଚାକିରୀ ଛାଡି ଚାଲିଯାଅ ବୋଲି କହିଥିବା ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳିଛି ।ଏହି ଭିଡ଼ିଓ ଭାଇରାଲ ହେବା ପରେ ଶିକ୍ଷକ ମହଲରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏ ନେଇ ଅଧିକ ଖୋଲତାଡ଼ କରିବାରୁ ଏପ୍ରିଲ, ମେ ଏବଂ ଜୁନ ମାସର ଦରମା ଉକ୍ତ ଶିକ୍ଷକ ମାନଙ୍କୁ ମିଳିନଥିବା ଜଣାପଡିଛି ।ଆଗାମୀ ଦିନରେ ବିଇଓ ଙ୍କ ଭିଡ଼ିଓ ଭାଇରାଲ ଘଟଣା ଉପରେ ଉପରିସ୍ଥ ଅଧିକାରୀ କଣ ପଦକ୍ଷେପ ନେଇଛନ୍ତି ତାହା ଏବେ ଦେଖିବା ବାକି ରହିଲା ।
https://www.youtube.com/watch?v=zFgEfY_V2OQ
ରିପୋର୍ଟ – ସରୋଜ କୁମାର ଲେଙ୍କା