ଜୟପୁର,୫/୩ (ସନ୍ଧାନ ନିୟୁଜ) : କଥାରେ ଅଛି, କୁକୁର ଲାଙ୍ଗୁଡ଼ ସିଧା ହୁଏନି। ଏହି କଥା ପଡ଼ୋଶୀ ପାକିସ୍ତାନ ଲାଗି ପ୍ରଜୁଯ୍ୟ, କାରଣ ଲୁଚିଛପି ଆକ୍ରମଣରୁ । ଜାଣିବାକୁ ମିଳିଛି କି ଗତ ସପ୍ତାହରେ ପାକର ୧୦ରୁ ୧୨ ଟି ବିମାନ ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ ।
ପୁଲୱାମା ଆକ୍ରମଣ ପରେ ଭାରତ ସରକାର ତାହାର ପ୍ରତିଶୋଧ ନେବା ପାଇଁ ୨୬ ଫେବୃଆରିରେ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲେ । ଯେଉଁଥିରେ କି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଧ୍ବଂସ ହେବା ସହ ବହୁ ଆତଙ୍କବାଦୀ ନିପାତ ହୋଇଥିଲେ । ତେବେ ଏହାର ପରଦିନ ଅର୍ଥାତ ୨୭ ଫେବୃଆରିରେ ପାକିସ୍ତାନ ଜାମ୍ମୁକାଶ୍ମୀରରେ ଭାରତୀୟ ଆକାଶ ସୀମାକୁ ପ୍ରବେଶ କରି ଆକ୍ରମଣ କରିଥିଲା। ଏହାର କଡା ଜବାବ ଦେବା ଲାଗି ଭାରତୀୟ ବାୟୁସେନା ପାକର ବିମାନକୁ ଘଉଡାଇ ଦେବା ସହ କେତେକକୁ ଧ୍ବଂସ କରିଥିଲା ।
ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ପରେ ପାକିସ୍ତାନ ବାୟୁସେନା ରାଜସ୍ଥାନ ସୀମାରେ ଭାରତୀୟ ଆକାଶ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଭାରତୀୟ ବାୟୁସେନା ତାହାର ଉଦ୍ୟମକୁ ପଣ୍ଡ କରିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ପାକର ୧୦ରୁ ୧୨ ଟି ବିମାନ ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ ।
ଗତକାଲି ମଧ୍ୟ ପାକର ଏକ ବିମାନ ଭାରତ ମଧ୍ୟକୁ ପ୍ରବେଶ କରିଥିଲା କିନ୍ତୁ ତାହାକୁ ଭାରତୀୟ ବାୟୁସେନା ଉଡାଇ .ଦେଇଥିଲା । ତେବେ ବାରମ୍ବାର ଏପରି ଭାବରେ ପାକିସ୍ତାନ ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିବାରୁ ସେନାକୁ ଆଲର୍ଟରେ ରଖଯାଇଛି ।