ବାହାରୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ସରକାରୀ କ୍ୱାରେନଟାଇନକୁ ଆସନ୍ତୁ : ଜିଲ୍ଲାପାଳ

Spread the love

ଯାଜପୁର,୨୬/୦୪ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ରବିବାର ସୁଦ୍ଧା କରୋନା ପଜିଟିଭ ସଂଖ୍ୟା ୧୮ରେ ପହଂଚିଛି । ଏହି ୧୮ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ମଧ୍ୟ ଫେରିଛନ୍ତି । ତେବେ ଏହି ୧୮ଜଣଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଧିନ ଲିଙ୍କରେ ଥିବାବେଳେ ଅନ୍ୟ ୧୭ଜଣ ଯାକ କୋଲକତା ଲିଙ୍କ ର ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୧୨ଜଣ ବ୍ୟକ୍ତି ସିଧା ସଳଖ କୋଲକତାରୁ ଆସିଥିବା ପଜିଟିଭ ବ୍ୟକ୍ତି ହୋଇଥିବାବେଳେ ଅନ୍ୟ ୫ଜଣ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବ୍ୟକ୍ତି ବିଶେଷ । ବର୍ତମାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କୋଲକତା ଫେରନ୍ତା ଓ ସେମାନଙ୍କ ସହ ପ୍ରାଥମିକ ସଂଯୋଗରେ ଆସିଥିବା ବ୍ୟକ୍ତିମାନଙ୍କର ସ୍ୱାବ ପରୀକ୍ଷା କରାଯାଉଛି । ସରକାରୀ ଭାବେ ପ୍ରଥମେ ୬୮୩ଜଣ କୋଲକତା ଫେରନ୍ତାଙ୍କ ପଞ୍ଜିକରଣ କରାଯାଇଛି । ସେମାନେ ବର୍ତମାନ ସରକାରୀ କ୍ୱାରେନଟାଇନରେ ରହିଛନ୍ତି । ତେବେ ପଜିଟିଭ ସଂଖ୍ୟା ବଢ଼ୁଥିବାବେଳେ ପଞ୍ଜିକରଣ ନକରି ଲୁଚି ରହିଥିବା ବ୍ୟକ୍ତିମାନେ ପଞ୍ଜିକରଣ ପାଇଁ ଆସିବା ଆରମ୍ଭ କରିଛନ୍ତି । ଯାହା ନିଶ୍ଚିତ ଏକ ସ୍ୱାଗତ ଯୋଗ୍ୟ କଥା ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ଏବେ ବି ଯଦି କୌଣସି କୋଲକତା ଫେରନ୍ତା ବା ଅନ୍ୟ କୌଣସି ରାଜ୍ୟରୁ ଆସିଥିବା ବ୍ୟକ୍ତି ନାମ ପଞ୍ଜିକରଣ ନ କରିଛନ୍ତି, କିମ୍ବା ପଞ୍ଜିକରଣ କରି ସରକାରୀ କ୍ୱାରେନଟାଇନରେ ନ ରହିଛନ୍ତି ତେବେ ତୁରନ୍ତ ସେମାନେ ସରକାରୀ କ୍ୱାରେନଟାଇନକୁ ଚାଲିଆସନ୍ତୁ । ଏହାଦ୍ୱାରା ସେମାନେ ନିଜକୁ ପରୀକ୍ଷା କରେଇନେବା ସହଜ ଓ ଶିଘ୍ର ହେବା ସହ ସେମାନଙ୍କ ପରିବାର, ପଡ଼େୀଶୀ ଓ ସମାଜକୁ ସଂକ୍ରମିତ ହେବାରୁ ବଂଚେଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ସରପଂଚ, ଅନ୍ୟାନ୍ୟ ଲୋକପ୍ରତିନିଧି ଏବଂ ପ୍ରତ୍ୟେକ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଏ ସମୟରେ ସହଯୋଗ କରି ସେଭଳି ବ୍ୟକ୍ତିମାନଙ୍କୁ କ୍ୱାରେନଟାଇନକୁ ଆଣିବା ପାଇଁ ସେ ଅନୁରୋଧ କରିଛନ୍ତି । ଅପରପକ୍ଷରେ କ୍ୱାରନେଟାଇନରେ ରହୁଥିବା ବ୍ୟକ୍ତିମାନେ ନିଶ୍ଚିତ ନିୟମମାନି ପରସ୍ପରଠାରୁ ସାମାଜିକ ଦୂରତ୍ୱ ରଖି ରୁହନ୍ତୁ । କାରଣ ସେଠାରେ ପରସ୍ପର ମିଶୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେହି ଜଣେ ବି ଯଦି ପଜିଟିଭ ବାହାରନ୍ତି ତେବେ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

Related Posts

About The Author

Add Comment