ଖୁଣ୍ଟା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପରେ ଖରିପ ଋତୁ ଧାନ କିଣାରେ ଘୋର ଅନିୟମିତତା ଅଭିଯୋଗ ଘଟଣାରେ ଲ୍ୟାମ୍ପର ଏଡି ମଧୁସ୍ମିତା ଦେ ନିଲମ୍ବିତ ହୋଇଛନ୍ତି । ଶନିବାର ବାହାନଡା ଲ୍ୟାମ୍ପର ପରିଚାଳନା କମିଟି ଏକ ଜରୁରୀ କାଳୀନ ବୈଠକ ମାଧ୍ୟମରେ ଏମଡିଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ ବାହାନଡା ଲ୍ୟାମ୍ପର ମୁଖ୍ୟ ମଣ୍ଡିରେ ଚାଷୀମାନେ ଗତ ୧୧ ତାରିଖ ଠାରୁ ଧାନ ପକାଇ ଏମଡିଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଏମଡି ଧାନ ଗୁଡିକୁ ଉଠାଇ ବାର କୌଣସି ବ୍ୟବସ୍ଥା କରିନଥିଲେ । ଗତ ୨୦ ତାରିଖ ଦିନ ଅପରାହ୍ନରେ ବାହାନଡା ଲ୍ୟାମ୍ପ ଅଧୀନ ଚାଷୀ ମାନେ ଭୋଳାଗଡ଼ିଆ ଉପକେନ୍ଦ୍ର ରୁ କାମଧେନୁ ମିଲର ଧାନ ନେଉଥିବା ଖବର ପାଇଥିଲେ ତେବେ ଉକ୍ତ ଦିନ ଭୋଳଗଡ଼ିଆ ମଣ୍ଡିର ଧାନ କିଣା ବାରି ନଥିବା ବେଳେ କେଉଁ ପରିସ୍ଥିତିରେ ଉକ୍ତ ମଣ୍ଡିରୁ ଧାନ ନିଆଯାଉଛି ସନ୍ଦେହ କରି ଚାଷୀମାନେ ଉକ୍ତ ଟ୍ରକ ଟିକୁ ପିଛାକରି ଠାବ କରିଥିଲେ ଏବଂ କ୍ୟାମ୍ପସ କିମ୍ବା ଆରଏମସିର କୌଣସି କର୍ମଚାରୀଙ୍କ ଉପସ୍ଥିତି ନଥାଇ ନିଛାଟିଆ ସ୍ଥାନରେ ଥିବା ଘରୋଇ ଗୋଦାମରୁ ଧାନ ବୋଝେଇ ହେଉଥିବା ଘଟଣା ଜାଣିବା ପରେ ଚାଷୀମାନେ ମିଳିତ ଭାବେ ଉକ୍ତ ବୋଝେଇ ଟ୍ରକ ଟିକୁ ଜବତ କରି ବାହାନଡା ଲ୍ୟାମ୍ପ ନିକଟକୁ ନେଇଯାଇଥିଲେ ତେବେ ଏହି ଘଟଣା ଜଣା ପଡିବା ପରେ ଏମଡି ଶ୍ରୀମତୀ ଦେ ତରବରିଆ ଭାବେ ଏକ ହାତଲେଖା ଟ୍ରାଞ୍ଜିଟ ସମ୍ପୂକ ଟ୍ରକ ଡ୍ରାଇଭରକୁ ଦେଇ ଥିଲେ । ଏବଂ ଏମଡି ଶ୍ରୀମତୀ ଦେ ୨୧ ତାରିଖ ଦିନ ସକାଳୁ ଘରକୁ ଘର ବୁଲି ଚାଷୀ ମାନଙ୍କର ଆଈ ସ୍କାନ କରିଥିଲେ ବୋଲି ଗୁରୁବାର ଦିନ ଲ୍ୟାମ୍ପ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଥିବା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧୁକାରୀ କିଶୋର ଚନ୍ଦ୍ର ମହାରଣା , ରଂଜନ କୁମାର ପଣ୍ଡା, ଉପଖଣ୍ଡ ଏଆରସି ଏସ ଦୁଖୁଆ ଟୁଡୁ ଓ ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧୁକାରୀ କମଳା କାନ୍ତ ବେହେରା ଓ ଖୁଣ୍ଟା ବ୍ଳକ ଯୋଗାଣ ଅଧୁକାରୀ ସସ୍ମିତା ସେଠୀ ପ୍ରମୁଖ ଙ୍କୁ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି ଏମଡି ଓ ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ବାହାନଡା ଲ୍ୟାମ୍ପରେ ଧାନ କିଣାରେ ଘୋର ଅନିୟମିତତା
|
January 24, 2021 |



