ଚାଷୀ ମାନଙ୍କ ସମସ୍ୟା ଦୂର କରିବେ କଣ, ଧାନ ମଣ୍ଡି ରୁ ଏକ ପର୍ସେଣ୍ଟ ଲାଞ୍ଚ ନେଉଛନ୍ତି ବିଧାୟକ – ବିଷ୍ଣୁବ୍ରତ ରାଉତରାୟ ଯଦି ମୁଁ ପ୍ରତ୍ୟେକ ଧାନ ମଣ୍ଡି ରୁ ଲାଞ୍ଚ ନେଉଛି ବୋଲି ପୁର୍ବତନ ବିଧାୟକ ପ୍ରମାଣ କରିଦେବେ , ମୁଁ ବିଧାୟକ ପଦ ରୁ ଇସ୍ତଫା ଦେଇ ଦେବି।-। ଅଶୋକ କୁମାର ଦାସ ବିଧାୟକ ବାସୁଦେବପୁର ବିଧାନସଭା କ୍ଷେତ୍ର ରେ ଧାନ ର ଅଭାବୀ ବିକ୍ରି କୁ ନେଇ ରାଜନୈତିକ ଉଷ୍ମତା ତୀବ୍ର ରୂପ ଧାରଣ କରିଛି। ପୂର୍ବତନ ବିଧାୟକ ବିଜେଡି। ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ ଓ ବର୍ତ୍ତମାନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ (କଂଗ୍ରେସ) ଙ୍କ ମଧ୍ୟ ରେ ଧାନ ମଣ୍ଡି ରୁ ଧାନ ଉଠାଣ କୁ ନେଇ କଥା କଟା କଟି ଉଗ୍ର ରୂପ ଧାରଣ କରିଛି। ଭଦ୍ରକ ରେ ବିଜୁ ଜନତା ଦଳର ର ଚାଷୀ ସମାବେଶ ରେ ପୁର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବର୍ତ୍ତମାନର ବିଧାୟକ ଅଶୋକ କୁମାର ଦାସ ଧାନ ମଣ୍ଡି ରୁ ଏକ ପର୍ଶେଣ୍ଟ ଲାଂଚ ନେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗ କରିବାର କେଇ ଘଣ୍ଟା ପରେ ବାସୁଦେବପୁର ବିଧାୟକ ମାନ୍ୟବର ଅଶୋକ କୁମାର ସାମ୍ୱାଦିକ ସମ୍ମିଳନୀ ଡ଼କାଇ ତାର ଦୃଢ ଜବାବ ଦେଇ ଥିଲେ।। ସେ କହିଥିଲେ ଯେ ଯଦି ପୁର୍ବତନ ବିଧାୟକ ମୁଁ ଲାଞ୍ଚ ନେଇଛି ବୋଲି ପ୍ରମାଣ ଦେବେ, ତେବେ ମୁଁ ବିଧାନ ସଭା ରୁ ଇସ୍ଥଫା ଦେବି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ବାସୁଦେବପୁର ରେ ରାଜନୈତିକ ଡ୍ରାମା
|
February 21, 2026 |



