ଯାଜପୁର ସଦର, ୨/୪/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ହେମନ୍ତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଜେନାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଦଶରଥପୁର ବ୍ଲକ ଏନପିଏସ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶରଥପୁର ବ୍ଲକର ପୂର୍ବତନ ବିଇଓ ଅର୍ଣ୍ଣଦା ପ୍ରସାଦ ରଣା, ଦଶରଥପୁର ବ୍ଲକ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ସାବିତ୍ରୀ ସେଠୀ,ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଶାନ୍ତ ମହାନ୍ତି,ଅର୍ଦ୍ଦାଉଳିଆ ନୋଡାଲ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ସଂଯୋଜକ ଅଶୋକ ବିଶ୍ୱାଳ,ଦତ୍ତପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା,କଣ୍ଟପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ୟାରୀମୋହନ ରାଉତ,ନୀଳକଣ୍ଠେଶ୍ଵର ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାମଲ,ସମାଜସେବୀ ପ୍ରକାଶ ନାୟକ,ସମାଜସେବୀ ଗଦାଧର ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନିଲ କୁମାର ଜେନା,ଦଶରଥପୁର ବ୍ଲକ ଓଷ୍ଟାର ସମ୍ପାଦକ ଦିଲ୍ଲୀପ ଦାସ,ଦତ୍ତପୁର ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ସୁଶାନ୍ତ କୁମାର ସାହୁ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ ପାଗଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ସହ-ଶିକ୍ଷୟତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବାସନ୍ତୀ ଜେନାଙ୍କ ବିଦାୟ କାଳୀନ ସଭାରେ ଛାତ୍ର ଛାତ୍ରୀ ମାନେ ତାଙ୍କ ଗୁଣ ଗାରିମା ବଖାଣିଥିବା ବେଳେ ସହକାରୀ କର୍ମୀ ଓ ଅତିଥି ମାନେ ବାସନ୍ତୀ ଜେନାଙ୍କ ଶତ ଶତ ପ୍ରଶଂସା କରିଥିଲେ। ବାସନ୍ତୀ ଜେନା ଏକାଧାରରେ ଜଣେ ଛାତ୍ରବତ୍ସଳ,ସମୟାନୁବର୍ତ୍ତିତା,କର୍ତ୍ୟବ୍ୟନିଷ୍ଟ ଶିକ୍ଷୟତ୍ରୀ ଥିଲେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।ତାଙ୍କ ବିଦାୟ ବିଦ୍ୟାଳୟ ପାଇଁ ଏକ ବିରାଟ କ୍ଷତି ବୋଲି ଅଭିଭାବକ ମାନେ କହିଥିବାବେଳେ ଦିଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଅଧୁରା କାର୍ଯ୍ୟ ସମାପନ କରିବୁ ବୋଲି ବିଦ୍ୟାଳୟ ଶିକ୍ଷୟତ୍ରୀ ଶୁଭସ୍ମିତା ସାହୁ କହିଛନ୍ତି।ଶିକ୍ଷୟତ୍ରୀ ବାସନ୍ତୀ ଦିଦିଙ୍କୁ ବିଦ୍ୟାଳୟ ତଥା କ୍ଲଷ୍ଟର ସମେତ ବିଭିନ୍ନ ବିଦ୍ୟାଳୟ ତରଫରୁ ଆଜି ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବାସନ୍ତୀ ଜେନାଙ୍କ ବିଦାୟ କାଳୀନ ସଭାରେ ବିଦ୍ୟାଳୟ ଛାତ୍ରଛାତ୍ରୀ,ଅଭିଭାବକଙ୍କ ସମେତ ହେମନ୍ତପୁର ବିଦ୍ୟାଳୟ ନିକଟସ୍ଥ ବିଦ୍ୟାଳୟ ମାନଙ୍କରୁ ବହୁ ଶିକ୍ଷକ ଯୋଗ ଦେଇଥିଲେ।ବାସନ୍ତୀ ଜେନାଙ୍କ ଅବସର ପରେ ବିଦ୍ୟାଳୟରେ ଏକ ମାତ୍ର ଶିକ୍ଷୟତ୍ରୀ ଶୁଭସ୍ମିତା ସାହୁ ବିଦ୍ୟାଳୟ ପରିଚାଳନା କରିବା କଷ୍ଟକର ହୋଇପଡିବ ତେଣୁ ବିଦ୍ୟାଳୟକୁ ତୁରନ୍ତ ଆଉ ଜଣେ ଶିକ୍ଷକ ଦେବାପାଇଁ ଦତ୍ତପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା ଏବିଓ ସାବିତ୍ରୀ ସେଠୀ ଓ ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଶାନ୍ତ ମହାନ୍ତିଙ୍କ ନିକଟରେ ଦାବି କରିଥିଲେ ।
ବାସନ୍ତୀ ଯେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବବିଦ୍ୟାଳୟକୁ ତୁରନ୍ତ ଜଣେ ଶିକ୍ଷକ ଦେବାପାଇଁ ମଞ୍ଚରେ ଦାବି
|
April 2, 2026 |



