ବାଲ୍ୟ ବିବାହରେ ବି ନଂ୧; ଶିକ୍ଷିତ ଜିଲ୍ଲା ବାଲେଶ୍ବରରେ ସର୍ବାଧିକ ବାଲ୍ୟବିବାହ

Spread the love

ବାଲେଶ୍ବର,11/07  (ସନ୍ଧାନ ନିଉଜ) : ସାକ୍ଷରତା ହାରରେ ରାଜ୍ୟରେ ସବୁଠୁ ଆଗୁଆ ଜିଲ୍ଲା ବାଲେଶ୍ବର। ଶିକ୍ଷିତଙ୍କ ସଂଖ୍ୟା ଏଠି ଅଧିକ, ଲୋକମାନେ ବି ପ୍ରତ୍ୟେକ କ୍ଷେତ୍ରରେ ସଚେତନ। ହେଲେ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥାରୁ ମୁକୁଳି ପାରିନାହିଁ ଏହି ଜିଲ୍ଲା। ଆଉ ଚମକାଇ ଦେବା ଭଳି ପରିସଂଖ୍ୟାନ ହେଉଛି ଯେ ଗତ ଅଢ଼େଇ ବର୍ଷ ମଧ୍ୟରେ ଏହି ଜିଲ୍ଲାରୁ ୨୪୨ଟି ବାଲ୍ୟ ବିବାହକୁ ରୋକିଛି ଚାଇଲଡ୍‌ ଲାଇନ୍‌ ସଂସ୍ଥା। ଯଦିଓ ଏହାର କାରଣ ଖୋଜିବାକୁ ପ୍ରଶାସନ କିମ୍ବା କୌଣସି ଅନୁଷ୍ଠାନ ପକ୍ଷରୁ ଏଯାବତ୍‌ ଉଦ୍ୟମ ହୋଇନାହିଁ, କିନ୍ତୁ ଏହା ପଛରେ ମୁଖ୍ୟତଃ ସାମାଜିକ, ଆର୍ଥିକ ସମସ୍ୟା ଜଡ଼ିତ ବୋଲି କୁହାଯାଉଛି। ସ୍ଥିତି ବର୍ତ୍ତମାନ ଏମିତି ଯେ ପ୍ରତିଦିନ ଜିଲ୍ଲାରେ କେଉଁଠି ନା କେଉଁଠି ବାଲ୍ୟବିବାହକୁ ରୋକିବାକୁ ଝାଳନାଳ ହେଉଛି ପ୍ରଶାସନ।

ସୂଚନା ମୁତାବକ ୨୦୧୯-୨୦ରେ ଚାଇଲଡ୍‌ ଲାଇନ୍‌ ଜିଲ୍ଲାରେ ୮୬ଟି ବାଲ୍ୟବିବାହକୁ ବନ୍ଦ କରିଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୧୧୦ରେ ପହଞ୍ଚିଥିବା ବେଳେ ୨୦୨୧-୨୨ରେ ଆଜି ସୁଦ୍ଧା ୪୬ଟି ବାଲ୍ୟବିବାହକୁ ରୋକାଯାଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଭୋଗରାଇ ଓ ବାଲିଆପାଳ ବ୍ଳକରେ ସବୁଠୁ ଅଧିକ ବାଲ୍ୟବିବାହ ରୋକାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଚାଇଲଡ୍ ଲାଇନ୍‌କୁ ଛାଡ଼ି ପୁଲିସ ଓ ଡିସିପିୟୁ ପକ୍ଷରୁ ଏ ସଂକ୍ରାନ୍ତରେ ବହୁ ମାମଲା ରହିଛି। ଚାଇଲଡ୍‌ ଲାଇନ୍‌ର ଜିଲ୍ଲାସ୍ତରୀୟ ଅଫିସ୍‌ ବାଲେଶ୍ବରରେ ନାହିଁ। କେବଳ ଦୁଇଟି ସବ୍‌ ସେଣ୍ଟର ରହିଛି। ଗୋଟିଏ ବାଲିଆପାଳରେ, ଅନ୍ୟଟି ଖଇରା ବ୍ଲକରେ। ଫଳରେ ଅନ୍ୟ ବ୍ଲକଗୁଡ଼ିକରେ ବାଲ୍ୟବିବାହ ରୋକିବା ସମ୍ଭବ ହେଉନାହିଁ।

ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଚାଇଲଡ୍‌ ଲାଇନ୍‌ର ମୁଖ୍ୟ କାର୍ଯ୍ୟାଳୟ ସହିତ ଏକାଧିକ ସବ୍‌ ସେଣ୍ଟର ଖୋଲାଯାଇଛି। ମାତ୍ର ବିଡ଼ମ୍ବନା‌, ବାଲେଶ୍ବର ଜିଲ୍ଲାରେ ମାତ୍ର ଦୁଇଟି ସବ୍‌ ସେଣ୍ଟର କାର୍ଯ୍ୟକ୍ଷମ ଥିବାବେଳେ ଏହି ସଂସ୍ଥା ବାଲ୍ୟବିବାହ ରୋକିବା ସାଙ୍ଗକୁ ଶିଶୁ ଶ୍ରମିକ ଉଦ୍ଧାର କାମରେ ନିୟୋଜିତ ଅଛି। ଏବେ କରୋନାରେ ବାପାମା ହରାଇଥିବା ପିଲାଙ୍କ ସର୍ଭେ କାମ (ଆଶୀର୍ବାଦ ଯୋଜନା) ମଧ୍ୟ ଚାଇଲଡ୍‌ ଲାଇନ୍‌କୁ ଦିଆଯାଇଛି। ଜିଲ୍ଲା ମହକୁମାରେ ଚାଇଲଡ୍‌ ଲାଇନ୍‌ର ମୁଖ୍ୟ କାର୍ଯ୍ୟାଳୟ ଖୋଲିବା ଲାଗି ୨୦୨୦ ଫେବ୍ରୁଆରି ମାସରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା‌। ଏ ସଂକ୍ରାନ୍ତରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ହେଲେ ଆଜିଯାଏ ଜିଲ୍ଲା ପ୍ରଶାସନ ତାକୁ ଗମ୍ଭୀରତାର ସହ ନେଇନାହିଁ। ସେପଟେ ଝିଅକୁ ବାପା, ମା ବୋଝ ଭାବି ବାଳୁତ ବୟସରେ ଲୁଚାଛପାରେ ବିବାହ କରିଦେଉଛନ୍ତି। ସେହିପରି ପ୍ରେମ ସଂପର୍କ କାରଣରୁ ଅନେକ ପୁଅଝିଅ ଘରୁ ଲୁଚି ପଳେଇ ଯାଉଛନ୍ତି। ଝିଅକୁ ୧୮ ବର୍ଷ ପୂରିଲା ପରେ ଘରକୁ ଫେରୁଛନ୍ତି। ସେତେବେଳେ ଚାଇଲ୍ଡ କରିପାରୁନାହିଁ।

Related Posts

About The Author

Add Comment