ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

Spread the love

ବାଲେଶ୍ୱର, ୧୭/୦୬ (ସନ୍ଧାନ ନିଉଜ) ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ । ମଦନମୋହନଙ୍କ ପରଲୋକ ନେଇ ପୁଅ ମାନସ ଦତ୍ତଙ୍କ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି । ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡ଼ିତ ଥିଲେ । ପୂର୍ବରୁ ସେ ଦିଲ୍ଲୀ ଏମ୍ସରେ ମଧ୍ୟ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସକାଳ ୯.୪୫ରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିବାର ସୂଚନା ମିଳିଛି ।

Related Posts

About The Author

Add Comment