ବାଲେଶ୍ୱର: ଅଟୋକୁ ପିଟିଲା ମାରୁତି ଭ୍ୟାନ, ୨ ମୃତ, ୨ ଗୁରୂତର

Spread the love

ବାଲେଶ୍ୱର ୧୪/୦୭ (ସନ୍ଧାନ ନିୟୁଜ): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଅଟୋକୁ ମାରୁତି ଭ୍ୟନେ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁପ୍‌ଚୁପ୍‌ ବ୍ୟବସାୟୀ ତଥା ରୁପ୍‌ସା ଥାନା ଅନ୍ତର୍ଗତ ତାହାରପୁର ଗାଁର ବ୍ରଜମୋହନ ସେନାପତି(୫୨ ବର୍ଷ) , ନିଜ ପୁଅ ରାକେଶ, ଅନ୍ୟ ଜଣେ ସହଯୋଗୀ ରାଜେନ୍ଦ୍ର ହାତୀଙ୍କୁ ନେଇ କମଳାକାନ୍ତ ସ୍ୱାଇର୍ଙ୍କ ଅଟୋରେ ଏକ ବିବାହ ଭୋଜିରେ ଗୁପଚୁପ ସପ୍ଲାଇ କରିବାକୁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ସେମାନେ କାମ ସାରି ଅଟୋରେ ଘରକୁ ଫେରୁଥିବା ବେଳେ ରୁପ୍‌ସା ଥାନା ନିକଟରେ ଦୃତଗତିରେ ଆସି ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବ୍ରଜମୋହନ ଓ କମଳାକାନ୍ତ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରାଜେନ୍ଦ୍ର ଓ ରକେଶ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Related Posts

About The Author

Add Comment