ଭୁବନେଶ୍ୱର, ୨୯/୦୪ (ସନ୍ଧାନ ନିୟୁଜ): ବାଲେଶ୍ୱରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ତିନି ଜଣ କୋଲକାତା ଫେରନ୍ତା । କୋଲକାତାରୁ ଫେରିବା ପରେ ସେମାନେ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ । ସେମାନଙ୍କ ବୟସ ଯଥାକ୍ରମେ ୪୪ ୬୧ଓ ୬୩ । ସେମାନେ ସମସ୍ତେ ପୁରୁଷ । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ।